ଲକ୍ ଡାଉନ ସମୟରେ ପୁରୁଣା ବସ୍ଷ୍ଟାଣ୍ଡ୍ ବିଦେଶୀ ମଦ ଦୋକାନରୁ ନିଜ ଗାଡ଼ିରେ ମଦ ପେଟି ବୋହୁଛନ୍ତି...

ପୁରୁଣା ବସ୍ଷ୍ଟାଣ୍ଡ୍ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରୁ ବୁଧବାର ଲକ୍ ଡାଉନ ସମୟରେ ଅବକାରୀ ବିଭାଗର କିଛି କର୍ମଚାରୀ ନିଜ ଗାଡ଼ିରେ କିଛି ମଦ ପେଟି ବୋହୁଥିବା ଭିଡିଓ ଭାଇରାଲ ହୋଇଛି । ଏପରି ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ଏହି ଦୋକନକୁ ମାଜିଷ୍ଟେ୍ରଟ୍...

କରୋନା କଟକଣାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବିଭିନ୍ନ ମୁଖ୍ୟରାସ୍ତା ଓ ବଜାର ଅଂଚଳରେ ଯାଂଚ, ୧୦୮ଟି ମୋଟର...

ବ୍ରହ୍ମପୁର ମହାନଗରରେ କରୋନା କଟକଣା ବଳବତ୍ତର ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରତିଦିନ ପୋଲିସ ପକ୍ଷରୁ ବିଭିନ୍ନ ମୁଖ୍ୟରାସ୍ତା ଓ ବଜାର ଅଂଚଳରେ ଯାଂଚ କରାଯାଉଛି । ରବିବାର ଯାଂଚ ସମୟରେ ୧୦୮ଟି ମୋଟର ସାଇକେଲ ଜବତ କରାଯାଇଥିଲା । ସେହିପରି ଗୋଟିଏ ମାମଲା ରୁଜୁ...

ୱାଟସ ଅପ୍ରେ ମିଥ୍ୟା ଗୁଜବ ପ୍ରଚାର ଅଭିଯୋଗରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଏଡମିନଙ୍କ ସହ ୩ଜଣ ଗିରଫ...

ୱାଟସ ଅପ୍ ମାଧ୍ୟମରେ ମିଥ୍ୟା ଗୁଜବ ଖବର ପ୍ରଚାର କରିବା ଅଭିଯୋଗରେ ବ୍ରହ୍ମପୁର ପୋଲିସ ତରଫରୁ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୱାଟସ ଅପ୍ ଆଡ୍ମିନ ତଥା ପୁରୁଷୋତ୍ତମପୁର ନିବାସୀ ସରୋଜ କୁମାର ଆଚାର୍ଯ୍ୟ, ବ୍ରହ୍ମପୁର ପ୍ରେମନଗର ଦ୍ୱିତୀୟ ଲାଇନ...

ଗୋପାଳପୁର ହୋଟେଲରେ ଚାଲିଥିବା ଜୁଆ ଆଡା ଉପରେ ପୋଲିସ ଚଢାଉ, ୧୦ଜଣ ଜୁଆଡ଼ି ଗିରଫ, ୨୧ହଜାର...

ଗୋପାଳପୁର ଥାନା ପୋଲିସ ପକ୍ଷରୁ ବେଆଇନ ଜୁଆ ଖେଳିବା ଅଭିଯୋଗରେ ବ୍ଲୁ ୱେଭ ହୋଟେଲରେ ଚଢ଼ାଉ କରାଯାଇଥିଲା । ସେଠାରୁ ପୋଲିସ ୧୦ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୦ଟି ମୋବାଇଲ ଏବଂ ନଗଦ ୨୧ହଜାର ୪ଶହଟଙ୍କା ଜବତ କରାଯାଇଥିବା ଗୋପାଳପୁର ଥାନା ସୁତ୍ରରୁ ପ୍ରକାଶ...

ବଡ଼ ବଜାର ଥାନା ପୋଲିସ ପକ୍ଷରୁ କରୋନା ଭୁତାଣୁ କଟକଣା ସମୟରେ ବେଆଇନ ମଦ କାରବାର କରିବା ଅଭିଯୋଗରେ...

ବଡ଼ ବଜାର ଥାନା ପୋଲିସ ପକ୍ଷରୁ କରୋନା ଭୁତାଣୁ କଟକଣା ସମୟରେ ବେଆଇନ ମଦ କାରବାର କରିବା ଅଭିଯୋଗରେ ପୋଲିସ ପକ୍ଷରୁ ୨ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୪କାର୍ଟୁନ ମଦ ବୋତଲ ଜବତ କରାଯାଇଛି । ଗିରଫ ମାନଙ୍କ ମଧ୍ୟରେ ନିଳାଦ୍ରି ବିହାର ଚତୁର୍ଥ ଲାଇନ...

ଲକଡାଉନ ସମୟରେ ଆଇନ ଖିଲାପକାରୀଙ୍କ ନାମରେ ମାମଲା ରୁଜୁ, ବିଭିନ୍ନ ଥାନା ପକ୍ଷରୁ ୧୨୫ଟି ଗାଡ଼ି ଜବତ, ବେଆଇନ...

କରୋନାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ କଟକଣା ଜାରି ରହିଛି । ଏଥିପାଇଁ ମହାନଗରର ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଛି । ସେହିପରି ଆଇନ ଖିଲାପ କରୁଥିବା ଲୋକଙ୍କ ନାମରେ ମାମଲା ରୁଜୁ କରାଯିବା ସହ...

ବୈଦ୍ୟନାଥପୁର ଥାନା ଲାଂଜିପଲ୍ଲୀ ଚାଣକ୍ୟ ନଗର ଜୈନେକ ବ୍ୟକ୍ତିଙ୍କ ବାସଭବନରୁ ବିଳମ୍ବିତ ରାତ୍ରିରେ ଚୋରୀ, ପୋଲିସ ତଦନ୍ତ ଜାରି...

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଂଜିପଲ୍ଲୀ ଚାଣକ୍ୟ ନଗର ନିବାସୀ ଗୌରୀ ପ୍ରସାଦ ଡାକୁଆଙ୍କ ବାସଭବନରୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଚୋରୀ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଗୌରୀ ପ୍ରସାଦଙ୍କ ପରିବାର ନିଜ ଗ୍ରାମ ନୁଆପଡ଼ାକୁ ଯାଇଥିବାବେଳେ ଦୁର୍ବୁତ୍ତମାନେ ଘରର ଗ୍ରୀଲ୍ ତାଡ଼ି ଘରେ ପଶିବା ସହ...

ଲୋଚାପଡ଼ା ଶକ୍ତିନଗର ଷଷ୍ଠ ଲାଇନରୁ ବଡ଼ଧରଣର ଚୋରୀ, ସଦରଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ।

ସଦରଥାନା ଅନ୍ତର୍ଗତ ଲୋଚାପଡ଼ା ଶକ୍ତିନଗର ଷଷ୍ଠ ଲାଇନ ନିବାସୀ ବିଷ୍ଣୁପ୍ରୀୟା ପତିଙ୍କ ବାସଭବନରୁ ଗୁରୁବାର ରାତିରେ ଏକ ବଡ଼ଧରଣର ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେ ଭୂବନେଶ୍ୱରରେ ରହୁଥିବାବେଳେ ଏପରି ଚୋରୀ ହୋଇଥିବା ଜଣାପଡ଼ିଛି । କୌଣସି ଦୁର୍ବୁତ୍ତ...

ଆଇଜି ରେଖା ଲୋହାନୀ ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ର ଆତ୍ମାହୁତି ଘଟଣାର ତଦନ୍ତ ।

ଆଇଜି ରେଖା ଲୋହାନୀ ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ର ଆତ୍ମାହୁତି ଘଟଣାର ତଦନ୍ତ କରିଛନ୍ତି । ମଂଗଳବାର ଆଇଜି ଲୋହାନୀ ଭୂବନେଶ୍ୱରରୁ ଆସି ବ୍ରହ୍ମପୁରରେ ପହଂଚିବା ପରେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ପ୍ରାୟ ୩ ଘଣ୍ଟା ଧରି ବିଭିନ୍ନ ଲୋକଙ୍କୁ ଘଟଣା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ ।...

କରୋନା ଭୁତାଣୁ ସମ୍ପର୍କରେ ଗୁଜବ ସୃଷ୍ଟି କରିବା ଅଭିଯୋଗରେ ବଡ଼ ବଜାର ଥାନା ପୋଲିସ ପକ୍ଷରୁ ୨ ଗିରଫ,...

କରୋନା ଭୁତାଣୁ ସମ୍ପର୍କରେ ଗୁଜବ ସୃଷ୍ଟି କରିବା ଅଭିଯୋଗରେ ବଡ଼ ବଜାର ଥାନା ପୋଲିସ ପକ୍ଷରୁ ୨ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଜୌରା ସାହି ନିବାସୀ ସୁବାସ ଚନ୍ଦ୍ର ସାହୁ ଓ ସୁଧାକର ସାହୁ ରହିଛନ୍ତି । ସେମାନଙ୍କ ହନୁମାନ ବଜାର ନିକଟରେ ଏକ...