
ମହାନଗରରେ ସୁନାଚେନ ଲୁଟ ଅଭିଯୋଗରେ ବଡ଼ ବଜାର ଥାନା ପୋଲିସ ପକ୍ଷରୁ ୩ଜଣଙ୍କୁ ଗିରଫ କରାଯିବା ସହ ଲୁଟ ପାଇଁ ବ୍ୟବହୃତ ୨ଟି ମୋଟର ସାଇକେଲ ଓ ୨୦ହଜାର ଟଙ୍କା ଜବତ କରାଯାଇଛି । କିଛିଦିନ ପୂର୍ବେ କରୋନା କଟକଣା ସମୟରେ ସୁନା ଚେନ ଲୁଟ୍ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ଲୁଟେରାମାନେ ଆସ୍କା ଅଂଚଳରେ ମଧ୍ୟ ପୂର୍ବରୁ ବହୁ ସୁନା ହାର ଲୁଟ୍ କରିଥିଲେ । ଗିରଫ ମାନଙ୍କ ମଧ୍ୟରେ ଏରୋଗୋଲା ସଂପ୍ରଦାୟର ଏ.ଗଣେଷ ଦାସ, ଏ.ଦୁର୍ଗା ଦାସ ଓ ନରସିଂ ଦାସ ରହିଥିବାବେଳେ ସେମାନଙ୍କ ଘର ଝଗଡେ଼ଇ ଓ ଛତ୍ପଡ଼ିଆ ଅଂଚଳରେ ବୋଲି ଏଏସ୍ପି ପ୍ରଭାତ ରାଉତରାୟ ସୁଚନା ଦେଇଛନ୍ତି । ଏହି ଲୁଟେରାମାନଙ୍କୁ ଧରିବା ପାଇଁ ବଡ଼ବଜାର, ଗୋସାଇଁନୁଆଗାଁ, ଟାଉନ ଥାନା ଓ ବୈଦ୍ୟନାଥପୁର ଥାନାକୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା ।






