Home Bam Crime ଲକ୍ ଡାଉନ ସମୟରେ ପୁରୁଣା ବସ୍ଷ୍ଟାଣ୍ଡ୍ ବିଦେଶୀ ମଦ ଦୋକାନରୁ ନିଜ ଗାଡ଼ିରେ ମଦ...

ଲକ୍ ଡାଉନ ସମୟରେ ପୁରୁଣା ବସ୍ଷ୍ଟାଣ୍ଡ୍ ବିଦେଶୀ ମଦ ଦୋକାନରୁ ନିଜ ଗାଡ଼ିରେ ମଦ ପେଟି ବୋହୁଛନ୍ତି ଅବକାରୀ ବିଭାଗର କିଛି କର୍ମଚାରୀ ।

ପୁରୁଣା ବସ୍ଷ୍ଟାଣ୍ଡ୍ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରୁ ବୁଧବାର ଲକ୍ ଡାଉନ ସମୟରେ ଅବକାରୀ ବିଭାଗର କିଛି କର୍ମଚାରୀ ନିଜ ଗାଡ଼ିରେ କିଛି ମଦ ପେଟି ବୋହୁଥିବା ଭିଡିଓ ଭାଇରାଲ ହୋଇଛି । ଏପରି ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ଏହି ଦୋକନକୁ ମାଜିଷ୍ଟେ୍ରଟ୍ ସିଲ୍ କରିଦେଇଛନ୍ତି । ଲକ୍ ଡାଉନ ସମୟରେ ସାଧାରଣ ଜନତାଙ୍କ ଘରୁ ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଥିବାବେଳେ କିପରି ଅବକାରୀ ବିଭାଗର ଅଧିକାରୀଙ୍କୁ ମଦ ନେବାର ଅନୁମତି ମିଳିଲା ଏହା ସାଧାରଣରେ ଆଲୋଚନାର ବିଷୟ ହୋଇଛି । ଏଥିନେଇ ପ୍ରଶାସନ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।