Home Bam Crime ୱାଟସ ଅପ୍ରେ ମିଥ୍ୟା ଗୁଜବ ପ୍ରଚାର ଅଭିଯୋଗରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଏଡମିନଙ୍କ ସହ...

ୱାଟସ ଅପ୍ରେ ମିଥ୍ୟା ଗୁଜବ ପ୍ରଚାର ଅଭିଯୋଗରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଏଡମିନଙ୍କ ସହ ୩ଜଣ ଗିରଫ ।

YouTube video

ୱାଟସ ଅପ୍ ମାଧ୍ୟମରେ ମିଥ୍ୟା ଗୁଜବ ଖବର ପ୍ରଚାର କରିବା ଅଭିଯୋଗରେ ବ୍ରହ୍ମପୁର ପୋଲିସ ତରଫରୁ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୱାଟସ ଅପ୍ ଆଡ୍ମିନ ତଥା ପୁରୁଷୋତ୍ତମପୁର ନିବାସୀ ସରୋଜ କୁମାର ଆଚାର୍ଯ୍ୟ, ବ୍ରହ୍ମପୁର ପ୍ରେମନଗର ଦ୍ୱିତୀୟ ଲାଇନ ନିବାସୀ ପି.ବିଶ୍ୱେଶର ରାଓ ଏବଂ କନିଷି ରାମହରି ନଗର ନିବାସୀ ଦିବାକର ପ୍ରଧାନ ରହିଥିବା ବ୍ରହ୍ମପୁର ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି ସୁଚନା ଦେଇଛନ୍ତି । ତେଣୁ ଏପରି ୱାଟସ ଅପ୍ କିମ୍ବା ସୋସିଆଲ ମିଡିଆରେ କରୋନା ସମ୍ପର୍କିତ କୌଣସି ମିଥ୍ୟା ଖବର କିମ୍ବା ଗୁଜବ ପ୍ରଚାର ନ କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।