
ସଦର ଥାନା ପୋଲିସ ପକ୍ଷରୁ ଦେଶୀବେହେରା ସାହିଠାରେ ସୋମବାର ସଂଧ୍ୟାରେ ଚଢ଼ାଉ କରାଯାଇ ବହୁ ପରିମାଣର ଗୁଟ୍ଖା ଜବତ କରାଯାଇଛି । ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏପରି ଚଢ଼ାଉ କରାଯାଇଥିଲା । ଏକ ଗୋଦାମ ମଦ୍ୟରେ ନକଲି ଗୁଟ୍ଖା କାରଖାନା ରହିଥିବା ଜଣାପଡ଼ିବା ପରେ ଏପରି ଚଢ଼ାଉ କରାଯାଇଥିଲା । ପ୍ରାୟ ୧୫ବସ୍ତା ନକଲି ଗୁଟ୍ଖା ଜବତ କରାଯାଇଥିବାବେଳେ ଏ ସଂକ୍ରାନ୍ତରେ କିଛି କର୍ମଚାରୀଙ୍କୁ ଅଟକ ରଖାଯାଇ ଜେରା ଚାଲିଛି ।






