Home Bam Crime କରୋନା କଟକଣା ସମୟରେ ମଦ ବିକ୍ର. ଇଂଜିନିୟରିଂ ସ୍କୁଲ ଛକ ଓ ଜୟପ୍ରକାଶ ନଗର ଛକରୁ...

କରୋନା କଟକଣା ସମୟରେ ମଦ ବିକ୍ର. ଇଂଜିନିୟରିଂ ସ୍କୁଲ ଛକ ଓ ଜୟପ୍ରକାଶ ନଗର ଛକରୁ ବହୁ ପରିମାଣର ବିଦେଶୀ ମଦ ଜବତ, ୨ ଜଣ ଅଟକ ।

YouTube video

କରୋନା କଟକଣା ସମୟରେ ମଦ ବିକ୍ରି ବନ୍ଦ ରହିଥିବାବେଳେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଂଜିନିୟରିଂ ସ୍କୁଲ ଛକ ଓ ଜୟପ୍ରକାଶ ନଗର ଛକଠାରେ ବେଆଇନ ମଦ କାରବାର ହେଉଥିବା ଅଭିଯୋଗ ପାଇ ଏସ୍ପି ପିନାକ ମିଶ୍ରଙ୍କ ନିର୍ଦେଶକ୍ରମେ ରବିବାର ଉକ୍ତ ଅଂଚଳରେ ଚଢ଼ାଉ କରାଯାଇଥିଲା । ଏସ୍ଡିପିଓ ବିଷ୍ଣୁ ପତି ଓ ବୈଦ୍ୟନାଥପୁର ଥାନାଧିକାରୀ ସାରଦା ପ୍ରସାଦ ଦାସଙ୍କ ନେତୃତ୍ୱରେ ଏପରି ଚଢ଼ାଉ କରାଯାଇଥିଲା । ବହୁ ପରିମାଣର ବିଦେଶୀ ମଦ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ୨ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଜାରି ରହିିଛି ।