Home Bam Crime କରୋନା କଟକଣା ସମୟରେ ବିଦେଶୀ ମଦ ବିକ୍ରି, ମୋତି ମହଲ ବାର୍ର ୩ଜଣ ଗିରଫ, ବିଭିନ୍ନ...

କରୋନା କଟକଣା ସମୟରେ ବିଦେଶୀ ମଦ ବିକ୍ରି, ମୋତି ମହଲ ବାର୍ର ୩ଜଣ ଗିରଫ, ବିଭିନ୍ନ ବ୍ରାଣ୍ଡ୍ର ୫୪ଲିଟର ମଦ ଜବତ ।

YouTube video

ଟାଉନ ଥାନା ପକ୍ଷରୁ କରୋନା କଟକଣା ସମୟରେ ବିଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ମୋତି ମହଲ ବାର୍ର ୩ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ପୋଲିସ ବିଭିନ୍ନ ବ୍ରାଣ୍ଡ୍ର ୫୪ଲିଟର ମଦ ଜବତ କରିଥିବା ଏସ୍ଡିପିଓ ବିଷ୍ଣୁ ପତି ସୁଚନା ଦେଇଛନ୍ତି । କରୋନା ସମୟରେ ମଦ ବିକ୍ରିକୁ ବନ୍ଦ କରାଯାଇଥିବାବେଳେ ଏମାନେ ଚୋରାରେ ଆଇନର ଖିଲାପ କରି ମଦ ବିକ୍ରି କରୁଥିବା ଯୋଗୁଁ ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ୩ଜଣଙ୍କ ସହ ମଦ ବୋତଲ ଜବତ କରାଯାଇଥିଲା ।