Home Bam Crime ଲକଡାଉନ ସମୟରେ ଆଇନ ଖିଲାପକାରୀଙ୍କ ନାମରେ ମାମଲା ରୁଜୁ, ବିଭିନ୍ନ ଥାନା ପକ୍ଷରୁ ୧୨୫ଟି ଗାଡ଼ି...

ଲକଡାଉନ ସମୟରେ ଆଇନ ଖିଲାପକାରୀଙ୍କ ନାମରେ ମାମଲା ରୁଜୁ, ବିଭିନ୍ନ ଥାନା ପକ୍ଷରୁ ୧୨୫ଟି ଗାଡ଼ି ଜବତ, ବେଆଇନ ମଦ କାରବାର ଅଭିଯୋଗରେ ବଡ଼ ବଜାର ଥାନା ପକ୍ଷରୁ ୨ଜଣ ଗିରଫ ।

YouTube video

କରୋନାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ କଟକଣା ଜାରି ରହିଛି । ଏଥିପାଇଁ ମହାନଗରର ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଛି । ସେହିପରି ଆଇନ ଖିଲାପ କରୁଥିବା ଲୋକଙ୍କ ନାମରେ ମାମଲା ରୁଜୁ କରାଯିବା ସହ ପ୍ରତିଦିନ ଗାଡ଼ି ଗୁଡ଼ିକ ଜବତ କରାଯାଉଛି । ବୁଧବାର ବିଭିନ୍ନ ଥାନା ପକ୍ଷରୁ ପ୍ରାୟ ୧୨୫ଟି ଗାଡ଼ି ଜବତ କରାଯାଇଥିବା ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି ସୁଚନା ଦେଇଛନ୍ତି । ବିନା କାରଣରେ ଘରୁ ବାହାରି ଅଯଥାରେ ବୁଲୁଥିବା ଜନସାଧାରଣଙ୍କ ଗାଡ଼ି ଗୁଡ଼ିକୁ କଟକଣା ଆଇନ ଅନୁଯାୟୀ ଜବତ କରାଯାଉଛି ।