
ବ୍ରହ୍ମପୁର ମହାନଗରରେ କରୋନା କଟକଣା ବଳବତ୍ତର ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରତିଦିନ ପୋଲିସ ପକ୍ଷରୁ ବିଭିନ୍ନ ମୁଖ୍ୟରାସ୍ତା ଓ ବଜାର ଅଂଚଳରେ ଯାଂଚ କରାଯାଉଛି । ରବିବାର ଯାଂଚ ସମୟରେ ୧୦୮ଟି ମୋଟର ସାଇକେଲ ଜବତ କରାଯାଇଥିଲା । ସେହିପରି ଗୋଟିଏ ମାମଲା ରୁଜୁ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଥିଲା । ଯାଂଚ ସମୟରେ ୩୦ଲିଟର ଦେଶୀ ମଦ ଜବତ କରାଯାଇଥିବା ବ୍ରହ୍ମପୁର ଟ୍ରାଫିକ୍ ଥାନା ଡିଏସ୍ପି ସାର୍ଥକ ରାୟ ସୁଚନା ଦେଇଛନ୍ତି ।






