
ଗୋପାଳପୁର ଥାନା ପୋଲିସ ପକ୍ଷରୁ ବେଆଇନ ଜୁଆ ଖେଳିବା ଅଭିଯୋଗରେ ବ୍ଲୁ ୱେଭ ହୋଟେଲରେ ଚଢ଼ାଉ କରାଯାଇଥିଲା । ସେଠାରୁ ପୋଲିସ ୧୦ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୦ଟି ମୋବାଇଲ ଏବଂ ନଗଦ ୨୧ହଜାର ୪ଶହଟଙ୍କା ଜବତ କରାଯାଇଥିବା ଗୋପାଳପୁର ଥାନା ସୁତ୍ରରୁ ପ୍ରକାଶ । ସମସ୍ତ ଜୁଆଡ଼ି ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୁଚନା ଦିଆଯାଇଛି ।






