ଗୁରୁ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ ।

ପାଣିଗ୍ରାହୀ ପେଣ୍ଟ ସାହି ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି ।ବହୁ ପ୍ରାଚୀନ ଗୁରୁ ଶିଷ୍ୟ ପରମ୍ପରା କାହିଁ ଆବାହନ କାଳରୁ ଭାରତରେ ଚାଲିଛ । ଏହି ପରମ୍ପରାକୁ ବଜାୟ ରଖି ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ପକ୍ଷରୁ ସ୍ଥାନୀୟ ଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ସଂସ୍ଥାର ପ୍ରତିଷ୍ଠାତା ପୂଜନୀୟ ଶ୍ରୀ ଶ୍ରୀଗୁରୁଜୀ ଶ୍ରୀ କ୍ରୀଷ୍ଣନା ଭାୟାଜୀଙ୍କ ତତ୍ତ୍ୱାବଧାନରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ସକାଳ ସଂସ୍ଥା ତରଫରୁ ନିଶୁକ୍ଲ ସ୍ବାସ୍ଥ୍ୟସେବା ଓ ଚକ୍ଷୁ ଚିକିତ୍ସା ଶିବିର ବହୁ ଅଭିଜ୍ଞ ଚିକିତ୍ସକଙ୍କ ଦ୍ବାରା ପରିଚାଳିତ ହୋଇଯାଇଛି । ଶିବିରରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ରହି ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସାର ସୁବିଧା ନେଇଥିଲେ । ଅପରାହ୍ନ ଏବଂ ସଂଧ୍ୟାରେ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରୀଗୁରୁଜୀଙ୍କ ଚରଣ ପୂଜା,ଗୁରୁପୂଜା ଓ ଗୁରୁ ବନ୍ଧନା ଶଙ୍ଖନାଦ ହୁଳହୁଳି ଜୟଜୟକାର ଧ୍ବନି ଭକ୍ତିଭାବ ସହ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଗୁରୁଜୀ ଗୁରୁ ପୂର୍ଣ୍ଣିମା ଅବସରରେ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନର ଶିଷ୍ୟ ଶିଷ୍ୟା ମାନଙ୍କୁ ଦୀକ୍ଷା ଗ୍ରହଣ ଆଧ୍ୟାତ୍ମିକ ଭାଗବତ ଓ ଗୁରୁ ଅମୃତ ବାଣୀ ପ୍ରଦାନ କରିଥିଲେ । ତାଙ୍କରି ବାଣୀ ଥିଲା ସୃଷ୍ଟି କର୍ତ୍ତାଙ୍କର ସବୁଠାରୁ ଦିବ୍ୟ ରଚନା ହେଉଛି ମାନବ। ଏହି ମାନବ ହିଁ ଦେବ ହେବାର ଏବ ଦେବତ ପ୍ରାପ୍ତି କରିବାପାଇଁ ସମସ୍ତ ସାମ୍ୟତା ନିହିତ କରିଥିବାର ଅଟେ ।ଦିବ୍ୟାତମା ପରମାତ୍ମା ଦ୍ବାରା ସବୁ ପ୍ରକାର ସମ୍ଭାବନା ଏବଂ ସର୍ବ ଶକ୍ତି ଏହି ମାନବକୁ ପ୍ରଦାନ କରିଛନ୍ତି । ସେଥିପାଇଁ ଏ ମାନବ ରୂପୀ ଦେବତା ପାଇଁ ସବୁ ସମ୍ବବ ଅସମ୍ଭବ କିଛି ନୁହେଁ । ଏହି ଗୂଢ ରହସ୍ୟକୁ ନ ବୁଝି ଆମେ ନିଜକୁ ଦୁର୍ବଳ ଅସହାୟ ଓ ଶକ୍ତିହୀନ ମନେକରୁ । ବାହ୍ୟ ପଦାର୍ଥ ଦ୍ବାରା ସୁଖ ପ୍ରାପ୍ତିର କାମନା ହିଁ ଆମକୁ ଦୁଃଖ ଭରା ଅନ୍ଧାରରେ ଠେଲିଦିଏ । ଏଥିରୁ ମୁକ୍ତି ପାଇବାକୁ ଏବଂ ଭୋଗ ଓ ସୁଖ ଦୁଇଟି ହିଁ ପୂର୍ଣ ରୂପରେ ଆମେ ପ୍ରାପ୍ତି କରିବା ଅଧିକାର କିନ୍ତୁ ଏହା ପ୍ରାପ୍ତ କରିବାର ଏକ ମାତ୍ର ବିଜ୍ଞାନ ଯେଉଁ ବିଜ୍ଞାନ ଆମକୁ ସୁଖ ଏବଂ ଆନନ୍ଦ ପ୍ରଦାନ କରିପାରେ ସେହି ବିଜ୍ଞାନର ନାମ ହେଉଛି ଆଧ୍ୟାତ୍ମିକ ବିଜ୍ଞାନ । ଆଧ୍ୟାତ୍ମିକ ବିନା ଆନନ୍ଦ ପ୍ରାପ୍ତି ଅସମ୍ଭବ ।ସେଥିପାଇଁ ଋଷି ମୁନୀ ,ଜ୍ଞାନୀ ଏବଂ ସକଳ ଶାସ୍ତ୍ର ଏବଂ ବେଦ ମାନଙ୍କୁ ପ୍ରେରଣା ଦେଉଛି । ଏହି କଥାମୃତ ଶ୍ରବଣ କରି ଉପସ୍ଥିତ ଭକ୍ତମାନେ ନିଜକୁ ଭାଗ୍ୟବାନ ମନେକରିଥିଲେ । ଏହା ସହ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାରେ ଗୁଣ୍ଡିଚା ଠାରୁ ବାହୁଡା ଆଦି ଦିନମାନରେ ଅନ୍ନ ଦାନ ଓ ସ୍ବାସ୍ଥ୍ୟ ସେବା ଶିବିର ସହ କୁମ୍ଭମେଳା ବ୍ରହ୍ମପୁର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଭଳି ବିଭିନ୍ନ ଧର୍ମ ସ୍ଥାନ ମାନଙ୍କ ଠାରେ ବିଭିନ୍ନ ସେବା ଶିବିର ଆୟୋଜନ କରି ବିଭିନ୍ନ ସ୍ତରରୁ ଉଛ ପ୍ରଶଂସିତ ହେଉଛନ୍ତି ।ସମାଜସେବୀ ପ୍ରଫୁଲ୍ଲ ମହାନ୍ତି ଏବଂ ତାଙ୍କରି ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ରାମ ମୂର୍ତ୍ତି ପ୍ରଧାନ ,ଦିପକ ପାଣିଗ୍ରାହୀ, ପ୍ରକାଶ ବେହେରା, ଗୌରିଶଙ୍କର ପାତ୍ର, ପୁଷ୍ପାଞ୍ଜଳୀ ପ୍ରଧାନ, ରଶ୍ନି ରଂଜନ ପୁଟେଲ,ଆନନ୍ଦ ଅଗ୍ରଵାଲ, ଶ୍ରୀହରି ଦାସଙ୍କ ସମେତ ବହୁ ଗୁରୁ ଭାଇ ଓ ଗୁରୁ ଭଉଣୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବୃନ୍ଦାବନ ନିବାସୀ ୧୦୦୮ ମହାମଣ୍ଡଳେଶ୍ବର ଶ୍ରୀ ଲକ୍ଷ୍ମଣ ଦାସ ମହାରାଜ ଓ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ଯୋଗ ଗୁରୁ ବ୍ରହ୍ମାନଂଦ ମହାରାଜାଙ୍କୁ ଉପଡୌକନ ଆଦି ଦେଇ ସମ୍ବୋଧିତ କରାଯାଇଥିଲା ।