
ସ୍ଥାୟୀ ପଟା ପ୍ରଦାନ ସାଙ୍ଗକୁ ଗ୍ରାମରେ ଲାଗିରହିଥିବା ବିଭିନ୍ନ ସମସ୍ୟା ର ସମାଧାନ ନେଇ ଆଜି ଗଞ୍ଜାମ ଜିଲ୍ଲା ଧରାକୋଟ ତହସିଲ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ଧରାକୋଟ ପଞ୍ଚାୟତ ଘୋଡ଼ାପଲ୍ଲୀ ଗ୍ରାମର ଶତାଧିକ ଗ୍ରାମବାସୀ l 1990 ବନ୍ୟା ରେ ପ୍ରଭାବିତ ହୋଇଥିବା ଏହି ଗ୍ରାମବାସୀ ଙ୍କୁ ସରକାର ଙ୍କ ପକ୍ଷରୁ ଟାଟା ସହାୟତା ରେ ଅନ୍ୟତ୍ର ଏକ ସ୍ଥାନରେ ଥଇଥାନ କରାଯାଇଥିବା ବେଳେ ଆଜକୁ ତିରିଶି ବର୍ଷରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ପ୍ରଭାବିତ ହୋଇଥିବା 50 ରୁ ଉର୍ଦ୍ଧ ପରିବାର କୁ ସରକାର ଙ୍କ ପକ୍ଷରୁ ଏଯାବତ ସ୍ଥାୟୀ ଘର ପଟା ପ୍ରଦାନ କରାଯାଇପାରିଲା ନାହିଁ l ଫଳରେ ଗ୍ରାମବାସୀ ବିଭିନ୍ନ ସମୟରେ ପଟା ନଥିବା କାରଣରୁ ବହୁ ସମସ୍ୟା ଭୋଗୁଥିବା ବେଳେ ଏହାର ସମାଧାନ ଲାଗି ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ସୁଫଳ ନମିଳିବା କାରଣରୁ ଆଜି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ତହସିଲ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହିତ ତହସିଲଦାର ଙ୍କ ଜରିଆରେ ଉପଜିଲ୍ଲାପାଳ ଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଏହି ସମସ୍ୟାର ସମାଧାନ ନକରାଯାଏ ତେବେ ପ୍ରତିବାଦ ତୀବ୍ରତର କରାଯିବା ନେଇ କହିଛନ୍ତି ଗ୍ରାମବାସୀ l









