
ଗତକାଲି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଭାଲିଆ ପଡ଼ା ଠାରେ ୨ ବାଇକ ମୁହଁମୁହିଁ ଧକା ରେ 3 ମୃତ, ଜଣେ ଗୁରୁତର । ମୃତ ତିନି ଜଣ ହେଲେ ଦୁଲାଡ ର ଭାଗିରଥି ମୁଳି ଓ ରାଧକୃଷ୍ଣ ପୁର ର ବୁଲୁ ସ୍ୱାଇଁ ଓ ପିଲୀ ମଲିକ । ସୂଚନା ମୁତାବକ ପ୍ରତାପ ଗୌଡ ଏବଂ ଭାଗିରଥି ମୂଳୀ ସୋରଡ଼ା କୁ ବାଇକ ଯୋଗେ ଆସୁଥିବା ବେଳେ ସାମ୍ନା ପଟୁ ଦ୍ରୁତଗତିରେ ଆସୁଥିବା ଅନ୍ୟ ବାଇକ ରେ ବସିଥିବା ଦୁଇ ଜଣ ରାଧା କୃଷ୍ଣପୂର ର ପିଲି ମଲିକ ଓ ବୁଲୁ ସ୍ୱାଇଁ ଙ୍କ ସହ ଧକ୍କା ହୋଇଥିଲା l ଫଳରେ ଘଟଣା ସ୍ଥଳରେ 3 ଜଣ ମୃତ ହେଇଥିବା ବେଳେ ଅନ୍ୟ 1 ଜଣ ଙ୍କ ଅବସ୍ଥା ଗୁରୂତର ରହିଛି l ସୁଚନାପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ସମସ୍ତଙ୍କୁ ଉଧାର କରି ସୋରଡ଼ା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି l ପ୍ରତାପ ଗୌଡଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି l









