Home Regional ଅସମ୍ପୂର୍ଣ୍ଣ ରାସ୍ତାର ବିରାଟ ଗାତରେ ପସିଗଲା ଷଣ୍ଢ, ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର

ଅସମ୍ପୂର୍ଣ୍ଣ ରାସ୍ତାର ବିରାଟ ଗାତରେ ପସିଗଲା ଷଣ୍ଢ, ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର

ଦିଗପହଣ୍ଡି ଏକ ନଂ ୱାର୍ଡର ନୀଳକଂଣ୍ଠ ନଗର ପ୍ରଥମ ଲାଇନରେ ବୁଧବାର ସକାଳ ଏକ ଷଣ୍ଢ ଅସମ୍ପୂର୍ଣ ରାସ୍ତାର ବିରାଟ ଗର୍ତ୍ତରେ ଫସିଯାଇଥିବା ଦେଖିବାକୁ ମିଳିଥିଲା । ସାହି ବାସିନ୍ଧାଙ୍କ ଠାରୁ ଖବର ପାଇଁ ଦିଗପହଣ୍ଡି ଅଗ୍ନିଶମ ବିଭାଗ ପହଂଚି କୌଶଳ କ୍ରମେ ଷଣ୍ଢ ଟିକୁ ଜଳ ପୂର୍ଣ୍ଣ ଗର୍ତ୍ତ ଭିତରୁ ଉଦ୍ଧାର କରିଥିଲେ । ବୁଧବାର ସକାଳ ପ୍ରାୟ ସାଢେ ଛ ଟାରେ ନୀଳକଣ୍ଠ ନଗର ପ୍ରଥମ ଲାଇନ୍ ରେ ଦୁଇଟି ଷଣ୍ଢ ପରସ୍ପରକୁ ଲଢେଇ କରିଥିଲେ । ଲଢେଇ ସମୟରେ ଗୋଟିଏ ଷଣ୍ଢ ସାହିରେ ସଦ୍ୟନିର୍ମିତ କଂକ୍ରିଟ ଢାଙ୍କୁଣୀ ବିହୀନ ରାଡ୍ରେ ମଧ୍ୟକୁ ହଠାତ ପଡି ଯାଇଥିଲା ।

ମଙ୍ଗଳବାର ବର୍ଷାରେ ଉକ୍ତ ଗର୍ତ୍ତ ଜଳ ମଗ୍ନ ହୋଇଥିଲା । ପ୍ରାୟ ଛ ଫୁଟ ଥିବା ଏହି ଗର୍ତ୍ତରେ ଷଣ୍ଢ ଟି ଯନ୍ତ୍ରଣାରେ ଛଟପଟ ହେଉଥିଲା ପରେ ସାହି ଲୋକେ ଅଗ୍ନିଶମ ବିଭାଗକୁ ଡକେଇ ଥିଲେ । ଫାୟାର ଅଫିସର ବିଜୟ କୁମାର ନାୟକ ନିଁର୍ଧେସ କ୍ରମେ ରାଜେନ୍ଦ୍ର ନାରାୟଣ ଦାସ, ଦୁଷ୍ମନ୍ତ ପ୍ରଧାନ ,ଦୁଷ୍ମନ୍ତ ମଝି , ରଶ୍ମିନି ଦଳ ବେହେରା ,ଦେବପ୍ରସାଦ ବରାଡ଼, ବିକ୍ରମ ସାମନ୍ତ ରାୟ ପ୍ରମୁଖ କର୍ମଚାରୀ ପହଂଚି ପାଞ୍ଚ ମିନଟର ବହୁ କସରତ କର୍ମେ ଦୌଡ଼ି ପକାଇ ଷଣ୍ଢ ଟିକୁ ବଞ୍ଚାଇ ଥିଲେ । ଅଗ୍ନି ସମ ତ୍ୱରିତ ପଦକ୍ଷେପକୁ ସାହି ବାସିନ୍ଧା ସବସି ଦେଇଥିଲେ । ବିଶେଷ କରି ରାତ୍ର ସମରେ ବିଦ୍ୟୁତ କଟା ସମୟରେ ଅନ୍ଧକାରରେ ଅନ୍ୟ କେହି ଏହି ଦୁର୍ଘଟଣା ରେ ଶିକାର ହୋଇ ପାରନ୍ତି । ଏହି ଭଳି ଅସମ୍ପୂର୍ଣ କାର୍ଯ୍ୟକୁ ଉଚ୍ଚକର୍ତ୍ତୃପକ୍ଷ ପଦକ୍ଷେପ ନେଇ ଯଥା ଶୀଘ୍ର ସମ୍ପୂର୍ଣ କରନ୍ତୁ ।