ଶିଶୁଙ୍କ ପାଇଁ ଦିନଟିଏ ଓ ମୋ ଗେଲ୍ହା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ l

ପୁରୁଷୋତ୍ତମପୁର – ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଵିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ଦୁଇ ରେ ଶିଶୁଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସମନୀତ୍ୟ ଶିଶୁ ବିକାଶ ପ୍ରକଳ୍ପ ଅଙ୍ଗନବାଡି କେନ୍ଦ୍ର ହରିଜନ ସାହି, ବଡ଼ ବାଉରୀ ସାହି ଓ କନକା ବାଉରୀ ସାହି ଅଙ୍ଗନବାଡି କର୍ମୀ ଏନ. ଅନିତା, ସଂଯୁକ୍ତା ନାୟକ ଓ ବନବାସୀ ନାହାକ ଙ୍କ ତତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁଇ ନମ୍ବର କାଉନସିଲର ତଥା ସହରଞ୍ଚଳ କାର୍ଯ୍ୟକାରୀ କମିଟି ସଦସ୍ୟ ଭାସ୍କର ବେହେରା ମୁଖ୍ୟ ଅତିଥି, ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ସବିତା ଚ୍ୟାଉ ପଟ୍ଟନାୟକ ସନ୍ନମାନିତ ଅତିଥି, ୱାର୍ଡ ସ୍ତରୀୟ ଶିଶୁ ସୁରକ୍ଷା କମିଟି ସଭାପତି କେ. ବାଲେଶ୍ୱର ରାଓ, ଈଶ୍ୱର ନାୟକ, ରାମ ନାହାକ ଯୋଗ ଦେଇ ଗେଲ୍ହା ଝିଅ ଓ ନିର୍ଭୟ କଢ଼ିର ମହତ୍ୱତା ଉପରେ ବୁଝାଇଥିଲେ l ଦୁଇ ନମ୍ବର ୱାର୍ଡ ରେ ତିନି ଗୋଟି ଅଙ୍ଗନବାଡି କେନ୍ଦ୍ର ଆସୁଥିବାରୁ ଆଜି ତିନି ଅଙ୍ଗନବାଡି କେନ୍ଦ୍ରର ମିଳିତରେ ହାଡ଼ି ସାହି ଛକ ପଞ୍ଚମା ସ୍କୁଲରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସମସ୍ତ କେନ୍ଦ୍ରର ମା ମାନେ ଛୋଟ ଛୋଟ ଛୁଆ ମାନଙ୍କ ସହ ଯୋଗ ଦେଇଥିଲେ l ସେଥିରୁ ବଡ଼ ବାଉରୀ ସାହି ର ସୁଷମା ଦାସ ଙ୍କ ତିନି ମାସର ଝିଅ ରୁଦ୍ରୀ ଦାସ ମୋ ଗେଲ୍ହା ଝିଅ ରୂପେ ପୁରସ୍କୃତ ହୋଇଥିଲେ l ଆଜିର ଦିନଟି ଶିଶୁଙ୍କ ପାଇଁ ଦିନଟିଏ ନେଇ କର ତାଳି ମାଧ୍ୟମରେ ଶିଶୁମାନଙ୍କୁ ସ୍ୱାଗତ କରିଥିଲେ l