
ପାରଳାଖେମୁଣ୍ଡିରେ ଗତ ୯ ତାରିଖରେ ଚୋରି ହୋଇଥିବା ସ୍କୁଟିକୁ ପୋଲିସ ଉଦ୍ଧାର କରିଥିବା ବେଳେ ଏଥିରେ ସଂପୃକ୍ତ ଥିବା ଚୋରକୁ ଧରିବାରେ ସଫଳ ହୋଇଛି। ପାରଳା ଥାନା ପରିସରରେ ଆଜି ଏଥିନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସ୍ ପି ସାରା ଶର୍ମା ,ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଥିଲେ ଯେ ଗତ ୯ ତାରିଖ ଦିନ ପାରଳା ସହର ଲକ୍ଷ୍ମୀକାନ୍ତ ପରିଛାଙ୍କ ସ୍କୁଟି ତାଙ୍କ ଘର ଆଗରେ ରଖିଥିବା ବେଳେ ଚୋରି ହୋଇଯାଇଥିଲା । ଏହି ଘଟଣା ନେଇ ସେ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏହି ଚୋରି ଘଟଣା ଅନୁସନ୍ଧାନ କରି ଚୋରି ହୋଇଯାଇଥିବା ସ୍କୁଟିକୁ ଉଦ୍ଧାର କରିଥିଲା।ଏହି ଘଟଣା ସପୁକ୍କ ଥିବା ଟୋରା ରାଜୁ ବେହେରା ଗିରଫ କରି କୋର୍ଟ ଚାଲାଣ କରାଯାଇଛି।









