

ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଆଖି ଆଗରେ ରଖି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ଶ୍ରୀ ପ୍ରୀୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ଅଦ୍ୟ ତା: ୧୮.୦୬.୨୦୨୩ ରିଖରେ ଦିବା ୧୧.୦୦ ଘଟିକା ସମୟରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହେଇଯାଇଛି । ଟେବୁଲ ଟପ ଏକସମସାଇଯର ଗୁରୁତ୍ୱ ଓ ଉଦ୍ଧେଷ୍ୟ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅବଗତ କରାଇଥିଲେ । ବନ୍ୟା ଓ ବାତ୍ୟାଭଳି ପ୍ରାକୂତିକ ବିପର୍ଯ୍ୟୟର ସଠିକ ମୁକାବିଲା ନିମନ୍ତେ ସଜାଗ ଓ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ ବିଭାଗିୟ ଅଧିକାରୀ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ନିଜ ନିଜର ବିଭାଗୀୟ ପ୍ରସ୍ତୁତି ସମ୍ବନ୍ଧୀୟ ବିଷୟବସ୍ତୁ ଉପସ୍ଥାପନା କରିଥିଲେ । ଆସନ୍ତା ୧୯ ତାରିଖରେ ଜିଲ୍ଳାର ସମସ୍ତ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ମକଡ଼୍ରିଲ ଏକସରସାଇଜକୁ ସଠିକ ଭାବରେ ପରିଚାଳନା କରିବାପାଇଁ ନିର୍ଦେଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କ ତରଫରୁ ଶ୍ରୀ ସୁତନୁ ଠାକୁର, ରାଜ୍ୟ ପ୍ରକଳ୍ପ ଅଧିକାରୀ ଯୋଗଦେଇଥିଲେ । ଡେ଼ପୁଟି କଲେକ୍ଟର, ଶ୍ରୀ ସୁକାନ୍ତ ଚନ୍ଦ୍ର ମିଶ୍ର (ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ) ଉପସ୍ଥିତ ଥିଲେ । ପରିଶେଷରେ ଏହି କର୍ମଶାଳାରେ ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷର ଜିଲ୍ଲା ପ୍ରକଳ୍ପ ଅଧିକାରୀ. ଶ୍ରୀ ଦେବେନ୍ଦ୍ର ନାୟକ ବୈଠକରେ ଯୋଗଦାନ କରିଥିବା ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ୱେଛାସେବୀ ସଂଗଠନ ଓ ସମସ୍ତ ପ୍ରତିଭାଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।









