କୁକୁଡ଼ାଖଣ୍ଡି ସମବାୟ ସମିତିର ମାନମୁଖୀ ଧାନକିଣା ନୀତି ଓ ଦୁର୍ନୀତି ବିରୁଦ୍ଧରେ ସୂର୍ଯ୍ୟସେନା ଏବଂ ବଉଳଝୋଳି ଧାନ ଚାଷୀ ଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।

କୁକୁଡ଼ାଖଣ୍ଡି ସମବାୟ ସମିତିର ମାନମୁଖୀ ଧାନକିଣା ନୀତି ଓ ଦୁର୍ନୀତି ବିରୁଦ୍ଧରେ ସୂର୍ଯ୍ୟସେନା ଏବଂ ବଉଳଝୋଳି ଧାନ ଚାଷୀ ଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମବାୟ ପକ୍ଷରୁ ଚାଷୀ ଙ୍କ ଠାରୁ ଶୀଘ୍ର ଧାନ କିଣିବା, ଧାନ ମଣ୍ଡି ତୁରନ୍ତ ଖୋଲିବା ମିଲ କୁ ଯିବା ପାଇଁ ଗାଡି ଭଡା ପ୍ରଦାନ କରିବା, ନିକଟରେ ଥିବା ଧାନ ମିଲ କୁ ନେବା ପାଇଁ ଅନୁମତି ପ୍ରଦାନ କରିବା ଆଦି ଦାବୀ ନେଇ ଚାଷୀ ଏବଂ ସୂର୍ଯ୍ୟ ସେନାର ସଦସ୍ୟ ମାନେ ବିକ୍ଷୋଭ ପ୍ରଦାନ କରିବା ସହ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଥିଲେ। ଏହିଅବସରରେ ସୁଶାନ୍ତ ବିଷୋୟୀ, ଚନ୍ଦନ ମହାରଣା, ଇନ୍ଦ୍ର ଭୁୟା,ଜୀବନ ପତ୍ର,କିଶନ ପଣ୍ଡା, ଅନୀଲ ସାହୁଙ୍କ ସମେତ ବହୁ ସଦସ୍ୟ ବିକ୍ଷୋଭରେ ସାମିଲ ହୋଇଥିଲେ।