Home Our Berhampur ଗଞ୍ଜାମ ଜିଲ୍ଲା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଶହୀଦ ଲକ୍ଷ୍ମନ ନାୟକଙ୍କ 120ତମ ଜୟନ୍ତୀ ପାଳିତ...

ଗଞ୍ଜାମ ଜିଲ୍ଲା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଶହୀଦ ଲକ୍ଷ୍ମନ ନାୟକଙ୍କ 120ତମ ଜୟନ୍ତୀ ପାଳିତ ।

ଗଞ୍ଜାମ ଜିଲ୍ଲା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆଜି ଶହୀଦ ଲକ୍ଷ୍ମନ ନାୟକଙ୍କ 120ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହିଅବସରରେ ଵ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ଥିବା ଶହୀଦ ଲକ୍ଷଣ ନାୟକଙ୍କ ପ୍ରତିମୂର୍ତ୍ତିରେପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା।ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଵ୍ରହ୍ମପୁର ଉପଜିଲ୍ଲାପାଳ ଶିନ୍ଧେ ଦାତାତ୍ରୟ ଭାଉସାହେବ ,କାରାଗାର ଉପମହାନିରୀକ୍ଷକ ରଘୁନାଥ ମଝି, ବରିଷ୍ଠ ଅଧିକ୍ଷକ ଆଶିଷ କୁମାର ସିଂହା, କାରାପାଳ ଶଶୀକାନ୍ତ ମହାଲିକ ଏବଂ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ମନୋଜକାନ୍ତ ଦାସ ଯୋଗ ଦେଇଥିଲେ । ଏହିଅବସରରେ ବହୁ ବୁଦ୍ଧିଜୀବୀ ଓ ସ୍କୁଲ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।