
ଵ୍ରହ୍ମପୁର ସରକାରୀ ଆଇଟିଆଇ ଠାରେ ଉଦଘାଟିତ ହେଲା ସ୍ଥାୟୀ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର। ମୁଖ୍ୟ ଅତିଥି ଭାବରେ ଆଇଜର ନିର୍ଦ୍ଦେଶକ ପ୍ରଫେସର କେ.ଭି.ଆର. ଆଚାରି ଯୋଗ ଦେଇ କେନ୍ଦ୍ରକୁ ଉଦଘାଟନ କରିଥିଲେ।ଅନ୍ୟତମ ଅତିଥି ଭାବରେ ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ତାପସ ପାଣିଗ୍ରାହୀ, ଅଧ୍ୟକ୍ଷ ଡ଼.ରଜତ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ।ଵ୍ରହ୍ମପୁର ସହରରେ ଏହା ପ୍ରଥମ ପାଇଁ ସରକାରୀ ଅନୁଷ୍ଠାନରେ ଏଭଳି କେନ୍ଦ୍ର ଖୋଲାଯାଇଛି।ଏହାଦ୍ବାରା ଵ୍ରହ୍ମପୁର ବାସୀ ଉପକୃତ ହୋଇପାରିବେ ବୋଲି ଜଣା ପଡ଼ିଛି।









