ଗଞ୍ଜାମ ଜିଲ୍ଲାକଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ 102ତମ ଜୟନ୍ତୀ ପାଳିତ।

ଗଞ୍ଜାମ ଜିଲ୍ଲାକଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ 102ତମ ଜୟନ୍ତୀ ପାଳିତ।ଏହିଅବସରରେକାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡାଙ୍କ ସଭାପତିତ୍ୱରେ ବାପୁଜି ଆଶ୍ରମ ପରିସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।ବହୁ କଂଗ୍ରେସ କର୍ମୀ ଓ କର୍ମକର୍ତା ଯୋଗଦେଇ ସ୍ୱର୍ଗୀୟଆ ଇନ୍ଦିରା ଗାନ୍ଧୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ।ଏଥିପୂର୍ବରୁ ପୁରୁଣା ବସଷ୍ଟାଣ୍ଡ ଥିବା ପ୍ରତିମୂର୍ତ୍ତିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁଷ୍ପାମାଲ୍ୟ ଅର୍ପଣ କରାଯାଇଥିଲା।ଏହିଅବସରରେ ନଗର ସଭାପତି ପ୍ରମୋଦ ଜେନା, ମହିଳା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ, ଭୋକଲି ସେଠୀ, ବୃନ୍ଦାବନ ଖଟେଇ,ଭାଲୁ ପାଣିଗ୍ରାହୀ, ସାଇ ପ୍ରସାଦ ପାତ୍ରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ କର୍ମକର୍ତା ଉପସ୍ଥିତ ଥିଲେ।