ଆନ୍ଧ୍ର ପ୍ରଦେଶ ସରକାର ମାତୃଭାଷା ତେଲୁଗୁକୁ ମାନ୍ୟତା ହ୍ରାସ କରିଥିବାରୁ ତେଲୁଗୁ ଭାଷା କୁ ରକ୍ଷା କରିବା ପାଇଁ ବୈଠକ।

ଗିରି ମାର୍କେଟ ସ୍ଥିତ ପ୍ରକଶମ଼୍ ହଲ୍ ପାଠାଗାର ଗୃହରେ ମହାତ୍ମା ହେଲ୍ ପିଙ୍ଗ୍ କ୍ଲବ ସଂଯୋଜକ ଏମ୍ ଭେଙ୍କଟ ରାମାଣାଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆନ୍ଧ୍ର ପ୍ରଦେଶ ସରକାର ମାତୃଭାଷା ତେଲୁଗୁକୁ ଗୁରୁତ୍ବ ନ ଦେଇ ଇଂରାଜୀ ଭାଷାକୁ ପ୍ରଥମ ଭାଷା ରୂପେ ରଖିବାକୁ ଉଦ୍ୟମ କରୁଛନ୍ତି ଏହା ବିରୁଦ୍ଧରେ ଘୋର ପ୍ରତିବାଦ କରିବା ସହିତ ତେଲୁଗୁ ଭାଷାକୁ ରକ୍ଷା କରିବା ପାଇଁ ମହାତ୍ମା ହେଲ୍ ପିଙ୍ଗ୍ କ୍ଲବ ତରଫରୁ ବିରୋଧ କରାଯାଇଥିଲା। ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ନିନ୍ଦା କରିବା ସହ ତେଲୁଗୁ ଭାଷାକୁ ରକ୍ଷା କରିବା ପାଇଁ ସ୍ମାରକ ପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଗଲା ଓ ତେଲୁଗୁ ଭାଇ ଭଉଣୀ ମାନଙ୍କୁ ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ପାଇଁ ନିବେଦନ କରାଯାଇଥିଲା। ଉକ୍ତ ବୈଠକରେ ଆର୍ ସୁରଭାଇ, ପି.ଶତ୍ୟନାରାୟଣ ବାବୁ, ରବି କୁମାର ଗୁପ୍ତା, କେ.କେଦାରନାଥ, ଏମ୍.ଜଗନ୍ନାଥ ଆଚାରି ଭିଷ୍ମାଚାର୍ଯ୍ୟ ଚୌଧୁରୀ, ବି ବୀରାଭାଦ୍ରାମ୍, ଏ. ସୁରେଶ, ଭି.ଚନ୍ଦ୍ରାୟା ରାଜୁ, ଭି.ଭେଙ୍କଟ, ବି.ରାଜୁ, ଜଗନ୍ନାଥ ରାଓଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିଲେ।