ଶ୍ରୀ ଗୁରୁନାନକ ଦେବଜୀଙ୍କ ୫୫୦ତମ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ, ସମ୍ବର୍ନ୍ଧନା ଉତ୍ସବ ଆୟୋଜିତ ।

YouTube video

ଶ୍ରୀ ଗୁରୁନାନକ ଦେବଜୀଙ୍କ ୫୫୦ତମ ଜନ୍ମ ଉତ୍ସବ ଶନିବାର ଗିରିରୋଡ଼ସ୍ଥିତ ଗୁରୁଦ୍ୱାରା ସିଂ ସଭା ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଭୋଗ ସହଜ ପାଠ, କୀର୍ତ୍ତନ, କଥା କାର୍ଯ୍ୟକ୍ରମ ସହ ନଗର କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଏଠାରେ ଏକ ସମ୍ବର୍ନ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ନର୍ଲା ବିଧାୟକ ଭୂପିନ୍ଦର ସିଂ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ଗୋଳାବନ୍ଧ ଆର୍ମି ଏଡି କଲେଜର ଡେପୁଟି କମାଣ୍ଡାଣ୍ଟ ମେଜର ଜେନେରାଲ୍ ପି.ଏସ୍ ଭାଟିଆ ଏବଂ ବ୍ରିଗେଡିୟର ହେମନ୍ତ ରଥ ପ୍ରମୁଖ ଅତିଥିରୂପେ ଯୋଗଦେଇଥିଲେ । ଓଡ଼ିଶା ଶିଖ୍ ପ୍ରତିନିଧି ବୋର୍ଡର ସଭାପତି ମହେନ୍ଦ୍ର ସିଂ କଲ୍ସି, ସମ୍ପାଦକ ମନଭୀର କଲ୍ସୀ ଏବଂ ଭୂବନେଶ୍ୱର ଗୁରୁଦ୍ୱାରା ସିଂ ସଭାର ସଭାପତି ସତ୍ପାଲ୍ ସିଂ, ସମ୍ପାଦକ ଜଶ୍ପାଲ୍ ସିଂଙ୍କ ସମେତ ବ୍ରହ୍ମପୁର ଗୁରୁଦ୍ୱାରା ସିଂ ସଭାର ବହୁ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏପରି ଗୁରୁନାନକ ଦେବଜୀଙ୍କ ଜନ୍ମ ଉତ୍ସବ ଅନୁଷ୍ଠିତ ହେବ ।