
ରାଜ୍ୟରେ ବାରମ୍ବାର କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ରାଜ୍ୟ ସରକାର ସେମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଛି ପରିଷଦ।ବହୁ ସମୟରେ ରାଜନେତା,ଠିକାଦାର, ବିଭିନ୍ନ ବିଭାଗର କର୍ମଚାରୀ ଙ୍କ ଆକ୍ରସର ଶିକାର ହେଉଛନ୍ତି ସାମ୍ବାଦିକ ମନେ।ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ କୁହା ଯାଉଥିଲେ ମଧ୍ୟ ସାମ୍ବାଦିକ ମନେ ସରକାରଙ୍କ କୌଣସି ସୁଵିଧା ପାଇ ପାରୁନାହାନ୍ତି।ତେଣୁ ସାମ୍ବାଦିକଙ୍କ ସୁରକ୍ଷା ପାଇଁ କଡ଼ା ଆଇନ ପ୍ରଣୟନ କରିବା,ଅବସର ପ୍ରାପ୍ତ ସାମ୍ବାଦିକଙ୍କୁ ପେନସନ ପ୍ରଦାନ କରିବା, ମଜୁରୀ ବୋର୍ଡ କାର୍ଯ୍ୟକାରୀ କରି ମାସିକ ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁଵିଧା ଯୋଗାଇ ଦେବା ଦାବୀ କରିଛି ଭାରତୀୟ ବିକାଶ ପରିଷଦ।ଏନେଇ ଵିଜିପୁର ସଂତୋଷି ମାଆ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।ଏହି 11 ଗୋଟି ଦାବୀ କୁ ମାନ୍ୟବର ରାଜ୍ୟପାଳ, ସୂଚନା ଓ ଲୋକ ସମ୍ପର୍କ ବିଭାଗ କୁ ଅବଗତ କରାଯାଇଥିବା ସୂଚନା ମିଳିଛି।ଏହିଅବସର ରାଜେନ୍ଦ୍ର ପଣ୍ଡା, କିଶୋର ପାତ୍ର,ସରିତା ପଣ୍ଡା, ରାଜେନ୍ଦ୍ର ଦଲବେହେରା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।









