ବିଶ୍ୱ ଶାନ୍ତି ସମିତି ପକ୍ଷରୁ ୟୁସିପି ଇଂଜିନିୟରିଂ ସ୍କୁଲ୍ ଖେଳ ପଡ଼ିଆରେ ୧୦୦୮ ବ୍ରାହ୍ମଣଙ୍କୁ ନେଇ ବିଷ୍ଣୁ ସହସ୍ର ନାମ ପାଠ

YouTube video

ବିଶ୍ୱ ଶାନ୍ତି ସମିତି ପକ୍ଷରୁ ଶୁକ୍ରବାର ୟୁସିପି ଇଂଜିନିୟରିଂ ସ୍କୁଲ୍ ଖେଳ ପଡ଼ିଆରେ ୧୦୦୮ ବ୍ରାହ୍ମଣମାନଙ୍କୁ ନେଇ ବିଷ୍ଣୁ ସହସ୍ର ନାମ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଂଚଳରୁ ବହୁ ବିଦ୍ୱାନ ପଣ୍ଡିତ ଉପସ୍ଥିତ ଥିଲେ । ସଭାପତି ପ୍ରଶାନ୍ତ ଦାସ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିରୂପେ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଯୋଗଦେଇ ଆଜିର ମହତ ଦିବସ ତଥା ଏକାଦଶୀ ଓ ବିଷ୍ଣୁଙ୍କ ଉପରେ ଆଲୋକପାତ କରିଥିଲେ । ପଣ୍ଡିତ ଗୋପାଳ ତ୍ରିପାଠୀ ଏବଂ ସହଯୋଗୀ ଦୁର୍ଗା ମାଧବ ମିଶ୍ରଙ୍କ ଦ୍ୱାରା ଏଠାରେ ପୂଜାର୍ଚ୍ଚନା କରାଯାଇଥିବାବେଳେ ପଣ୍ଡିତ ବିଭୁ ନନ୍ଦନ ପଣ୍ଡା, ମନୋଜ କୁମାର ମହାପାତ୍ର ଓ ସୁଧାଂଶୁ ଶେଖର କରଙ୍କ ଦ୍ୱାରା ତୁଳସୀ ଅର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆବାହକ ତଥା ସମିତିର ସମ୍ପାଦକ ରାମ ଶଙ୍କର ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଉପଦେଷ୍ଟା ମନୋଜ ପାଣିଗ୍ରାହୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।