ମାଲ୍ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି ଓଡ଼ିଆ ଚଳଚିତ୍ରର ପ୍ରିମିୟର ସୋ ବ୍ରହ୍ମପୁରରେ ଅନୁଷ୍ଠିତ ।

YouTube video

ରୁକ୍ମିଣୀ ସିନେମା ହଲ୍ରେ ଶୁକ୍ରବାର ମାଲ୍ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି ଓଡ଼ିଆ ଚଳଚିତ୍ରର ପ୍ରିମିୟର ସୋ କାର୍ଯ୍ୟକ୍ରମରେ ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀଏଲିନା ଓ ଅନ୍ୟାନ୍ୟ କଳାକାରମାନେ ବ୍ରହ୍ମପୁର ଗସ୍ତ କରି ଯୋଗ ଦେଇଥିଲେ । ଖଲିକୋଟ କଲେଜ ସମ୍ମୁଖ ରାସ୍ତାରୁ ଏହି କଳାକାରମାନେ ଏକ ପଟୁଆରରେ ନଗର ପରିକ୍ରମା କରିବା ପରେ ସିନେମା ହଲ୍ ନିକଟରେ ପହଂଚିଥିଲେ । ଏଠାରେ ବହୁ ଦର୍ଶକ ସେମାନଙ୍କୁ ସ୍ୱାଗତ କରିଥିଲେ । କଳାକାରମାନେ ଦର୍ଶକମାନଙ୍କ ସହ ଚଳଚିତ୍ର ଉପଭୋଗ କରିବା ସହ ଏହି ଚଳଚିତ୍ରକୁ ବହୁ ସଂଖ୍ୟାରେ ଦେଖିବାପାଇଁ ପରାମର୍ଶ ଦେଇଥିଲେ । ପ୍ରଥମ ଥର ପାଇଁ ବ୍ରହ୍ମପୁରରେ ଏପରି ପ୍ରିମିୟର ସୋ ହୋଇଥିଲା । ପାଶ୍ୱର୍ ଅଭିନେତ୍ରୀ ବିଦିସ୍ମିତା,କେକେ, ନିର୍ଦେଶକ ରମେଶ ରାଉତ, ପ୍ରଣୟ ଜେଠୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।