
୨୦୦୭ ମସିହାରେ ଫୁଲ୍ଟା ଗ୍ରାମର ମଳୟ ସାସମଲ ହତ୍ୟା ଘଟଣାରେ ଚଳିତ ବର୍ଷ ଜୁନ୍ ୧୯ ତାରିଖରେ ସ୍ଥାନୀୟ ଜିଲ୍ଲା କୋର୍ଟ ୧୮ଜଣ ଅଭିଯୁକ୍ତଙ୍କୁ ଜେଲ୍ ଦଣ୍ଡ ଶୁଣାଇଥିଲେ । ତେବେ ଗୁରୁବାର ଏହି ମାମଲାରେ ହାଇକୋର୍ଟ ୧୮ଜଣଙ୍କୁ ଜାମିନ ଦେଇଛନ୍ତି । ଏହି ମାମଲାରେ ଲାଂଜିପଲ୍ଲୀ ଶାନ୍ତି କମିଟିର ସଭାପତି ସଂତୋଷ ସାହୁଙ୍କ ସମେତ ୧୮ଜଣ ଅଭିଯୁକ୍ତ ଜାମିନରେ ଜେଲରୁ ମୁକୁଳିଛନ୍ତି । ଏହି ଘଟଣାର ବିଚାରଣା ଚାଲିଥିବାବେଳେ ପୂର୍ବରୁ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା । ଗୁରୁବାର ସଂଧ୍ୟାରେ ସମସ୍ତେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଜାମିନରେ ମୁକୁଳିଛନ୍ତି ।









