
ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା କମିଟି ପକ୍ଷରୁ ଖଲ୍ଲିକୋଟ ଖେଳ ପଡ଼ିଆ ପରିସରରେ ଆରମ୍ଭ ହେଲା ମହାନଗର ପୁସ୍ତକ ମେଳା। ଉଦଘାଟନୀ ଉତ୍ସବ ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ ପୁସ୍ତକ ମେଳା ର ଉଦଘାଟନ କରିବା ସହିତ ପୁସ୍ତକ ମାଧ୍ୟମରେ ହିଁ ଜ୍ଞାନ ଆହରଣ ହୋଇପାରିବ ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇ ଆଧୁନିକ ଯୁଗରେ ଗୋଟେ ସ୍ଥାନରେ ସମସ୍ତ ଅବଶକୀୟ ପୁସ୍ତକ ଏହିଭଳି ପୁସ୍ତକ ମେଳା ରେ ମିଳିବା ସମ୍ଭବ ତେଣୁ ଏଭଳି ଉଦ୍ୟମ ପାଇଁ ସେ କମିଟି ସଦସ୍ୟ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।ମୁଖ୍ୟ ବକ୍ତା ଭାବରେ ଖଲ୍ଲିକୋଟ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଅଧଃକ୍ଷା ଉତମା ଜେନା ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ସୁବାଷ ମହାରଣା ଯୋଗ ଦେଇଥିଲେ।କମିଟି ସଭାପତି ସୁଶାନ୍ତ ଦାସ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ କରିଥିବା ବେଳେ ସମ୍ପାଦକ ଅଜିତ କୁମାର ସାବତ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପୁସ୍ତକ ମେଳା ରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ପ୍ରକାଶକ ଯୋଗ ଦେଇଥିବା ସୁଚନା ମିଳିଛି।









