
ବ୍ରହ୍ମପୁର ସହରର ଦୀର୍ଘ ଦିନର ଟ୍ରାଫିକ ସମସ୍ୟା କୁ ସୁଧାରିବା ପାଇଁ 40 ନୂତନ ଭାବେ ପ୍ରଶିକ୍ଷିତ ପୋଲିସ କୁ ନିଯୁକ୍ତି ଦିଆଯାଇଛି। ଏଥି ସହିତ ଏପିଆର ଏବଂ ହୋମଗାର୍ଡ ମାନେ ମଧ୍ୟ ଟ୍ରାଫିକ ସମସ୍ୟା ର ସୁଧାର ଆଣିବା ପାଇଁ କାମ କରିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ଶ୍ରୀ ପିନାକ ମିଶ୍ର ସୂଚନା ଦେଇଛନ୍ତି। ନୂତନ ମୋଟର ଯାନ ନିୟମ କୁ ଆଗାମୀ ଦିନରେ କଡ଼ାକଡ଼ି କରାଯିବ ବୋଲି ଏସପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଏହିଅବସରରେ ଅତିରିକ୍ତ ଏସପି ପ୍ରଶାନ୍ତ ମିଶ୍ର, ଟ୍ରାଫିକ ଡିଏସପି ସାର୍ଥକ ରାୟ ପ୍ରମୂଖ ଉପସ୍ଥିତ ଥିଲେ।









