
ବ୍ରହ୍ମପୁର ମହାନଗର ନିଗମ ରୁ ବର୍ଷା ଜଳ ନିଷ୍କାସନ ପାଇଁ ସାପୁଆ ନାଳ ଏବଂ ବାହାନା ନାଳ ରହିଛି।ଏହି ଦୁଇ ନାଳ ର ପୁନରୁଦ୍ଧାର କରା ଯଉଁନଥିବା ଯୋଙ୍ଗୁ ଚଳିତ ବର୍ଷ ବ୍ରହ୍ମପୁର ସହରରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।ଯାହା ଦ୍ଵାରା ସହରର ମୁଖ୍ୟ ରାସ୍ତା ସହିତ ସହରତଳି ଅଞ୍ଚଳ ଜଳ ମଗ୍ନ ରହିଥିଲା।ତେବେ ଡ୍ରେନେଜ ବିଭାଗ କୁ ନାଳ ଗୁଡିକର ପୁନରୁଦ୍ଧାର ପାଇଁ କୋଟି, କୋଟି ଟଙ୍କା ଅନୁଦାନ ଆସୁଥିବା ବେଳେ ଏହି ଅର୍ଥ ର ଘୋର ଦୁର୍ନୀତି ହୋଇ ଥିବା ଦଳ ଅଭିଯୋଗ କରିଛି।ତେଣୁ ଏହାର ଭିଜିଲାନ୍ସ ତଦନ୍ତ କରିବାବୁ ଦଳ ଦାବି କରିଛି।ଏହି ଅବସରରେ ରାଜ୍ୟ ଗୃହ ସଚିବଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକପତ୍ର ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି କାଁହ୍ନୁ ଚରଣ ପତି ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ ରେ ରାଜ୍ୟ ସାଧାରଣ ସମ୍ପାଦକ ବିଭୁତି ଭୂଷଣ ଜେନା,ଉପସଭାପତି ସୁନୀଲ ସାହୁ,ପ୍ରଭାତ କିରଣ ଷଡଙ୍ଗୀ, ମଦନ ପାତ୍ର,ଶରତ ସାହୁ,ବବିତା ପତ୍ର ଙ୍କ ସମେତ ବହୁ କର୍ମୀ ଏବଂ କର୍ମକର୍ତା ଉପସ୍ଥିତ ଥିଲେ।









