ବିଜୁ ଯୁବ ବାହିନୀ ପକ୍ଷରୁ’ରକ୍ଷକ’ କାର୍ଯ୍ୟକ୍ରମ ଅନୁଷ୍ଠିତ।

ବ୍ରହ୍ମପୁର ମହାନଗର ନିଗମ3 ୱାର୍ଡ ଅନ୍ତର୍ଗତ ଚୈତନ୍ୟ ନଗର ଠାରେ ବିଜୁଯୁବ ବାହିନୀ ପକ୍ଷରୁ ସଡକ ସୁରକ୍ଷା ଶୀର୍ଷକ “ରକ୍ଷକ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଯୁବବହିନୀ ସଭାନେତ୍ରୀ ତନ୍ମୟୀ ଦାସ ଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜୁଯୁବ ଜନତା ଦଳର ରାଜ୍ୟସାଧାରଣ ସମ୍ପାଦକ କଂହୁ ଚରଣ ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ଏହିଅବସରରେ ଯୁବ ବାହିନୀର ବହୁ ସଦସ୍ୟ ଯୋଗ ଦେଇ ସାହି,ସାହି ବୁଲି ସଡକ ସୁରକ୍ଷା ନେଇ ଜନ ସଚେତନତା ସୃଷ୍ଟି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ ସଂଯୋଜକ ହୟଗ୍ରୀବ ଷଡଙ୍ଗୀ, ମଧୁସୂଦନ ପଢି, କୋଷାଧ୍ୟକ୍ଷ ନୀଳମାଧଵ ମିଶ୍ର, ପୃଥିବୀରାଜ ପାଇକ, ପ୍ରେମଚାନ୍ଦ ପଟ୍ଟନାୟକ ,ଜଗନାଥ ବେହେରା,ଏମ.ଶିବରାମ ରେଡି, ଶିବଶଙ୍କର ନାୟକ , ଦୀପଙ୍କର ପାତ୍ର, ସୁଜିତ ପାଢ଼ୀ, ରାକେଶ ସାହୁ, ବିଶାଳ ପାତ୍ର, ଅମିତ ସାହୁ, ରାଜା ବେହେରା ସମେତ ବହୁ ଅଂଚଳ ବାସୀ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ସୁଶିଳ କୁମାର ସାହୁ ପରିଚାଳନା କରିଥିଲେ।