
କରୋନା ମହାମାରି ମୂକାବିଲା ପାଇଁ ଏସଏମଏସ ପାଳନ ସହ ଗହଳି ସ୍ଥାନକୁ ବାରଣ ଓ ଟିକା ନେବାକୁ ବିଶାଖାପାଟନମ ସେଭନ ହିଲସ୍ ହସପିଟାଲର ବରିଷ୍ଟ ସ୍ତ୍ରୀ ଓ ପ୍ରସୁତି ରୋଗ ବିଶେଷଜ୍ଞ ଡାକ୍ତର ଅର୍ଚନା ମହଟୋ ପରାମର୍ଶ ଦେଇଛନ୍ତି । ପ୍ରତ୍ୟକ ଜନସାଓାରଣ ୫ଟି ନିୟମ ପାଳନ କଲେ କରୋନା ମହାମାରିରୁ ରକ୍ଷା ପାଇପାରିବା ବୋଲି ଡାକ୍ତର ମହଟୋ ପ୍ରକାଶ କରିଛନ୍ତି । ସାମାଜିକ ଦୁରତା ରକ୍ଷା କରିବା, ସଠିକ ମାକ୍ସ ପରିଧାନ କରିବା, ହାତକୁ ସାନିଟାଇଜ କରିବା, ଗହଳି ସ୍ଥାନକୁ ବାରଣ କରିବା ସହ ସମସ୍ତ ଜନସାଧାରଣ ନିରାକରଣ ପ୍ରତି ଧ୍ୟାନ ଦେଇ ଟିକା ନେବା ଜରୁରି ବୋଲି ସେ କହିଛନ୍ତି । ସମସ୍ତ ବ୍ୟକ୍ତି ସତର୍କ ରହିଲେ ଆମେ କରୋନାକୁ ହରାଇପାରିବା ବୋଲି ୟୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ଡାକ୍ତର ଅର୍ଚନା ମହଟୋ ପ୍ରକାଶ କରିଛନ୍ତି ।






