କରୋନାରୁ ସୁସ୍ଥ ଆକ୍ରାନ୍ତମାନେ ଅତ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଲେ ବିଶାଖାପାଟନମ ମେଡ଼ିକଭର ହସ୍ପିଟାଲ୍ର ବରିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଶିବ ଶଙ୍କର ଦଳେଇ ……..

YouTube video

କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତମାନେ ଅତ୍ୟନ୍ତ ସତର୍କ ରହିବା ଆବଶ୍ୟକ ବୋଲି ବିଶାଖାପାଟନମ ମେଡ଼ିକଭର ହସ୍ପିଟାଲ୍ର ବରିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଶିବ ଶଙ୍କର ଦଳେଇ ପରାମର୍ଶ ଦେଇଛନ୍ତି । ଯେଉଁମାନେ କୋଭିଡରୁ ସୁସ୍ଥ ହୋଇଛନ୍ତି ସେମାନଙ୍କୁ ୧୫ରୁ ୨୦ଦିନ ମଧ୍ୟରେ କେତେକଙ୍କ ଶରୀରରେ ଥ୍ରମ୍ବୋ ଇମ୍ବୋଲିକ୍ କମ୍ପ୍ଲିକେସନ ଦେଖାଦେଇଥାଏ । ଏହାଦ୍ୱାରା ରକ୍ତ ମୋଟା ହୋଇ ଧମନୀ ଓ ଶିରାକୁ ବ୍ଲକ୍ କରିଦେବା ସମ୍ବାବନା ରହିଥିବା ଡାକ୍ତର ଦଳେଇ ସୁଚନା ଦେଇଛନ୍ତି । ଏଥିଯୋଗୁଁ ଯଦି ମୁଣ୍ଡରେ ରକ୍ତ ଜମାଟ ବାନେ୍ଧ ତେବେ ବ୍ରେନ୍ ଷ୍ଟେ୍ରାକ୍ ହେବା ସମ୍ବାବନା ହୋଇଥାଏ । ସେହିପରି ଗୋଡ଼ ଓ ହାତରେ ରକ୍ତ ଜମାଟ ବାନ୍ଧିଲେ ଗେଂଗରିନ୍ ହେବାର ସମ୍ଭାବନା ଅଧିକ ରହିଥାଏ ବୋଲି ଡାକ୍ତର ଦଳେଇ ପ୍ରକାଶ କରିଛନ୍ତି । ଫୁସଫୁସରେ ରକ୍ତ ଜମାଟ ବାନ୍ଧିଲେ ପଲ୍ମୋନାରୀ ସିଷ୍ଟମ ବ୍ଲକ୍ ହେବାର ସମ୍ଭାବନା ଦେଖାଦେଇଥାଏ ବୋଲି ସେ କହିଛନ୍ତି । ଏଥିଯୋଗୁଁ କୋଭିଡରୁ ସୁସ୍ଥ ଆକ୍ରାନ୍ତମାନେ ଯଦି କୌଣସି ଲକ୍ଷଣ ଦେଖାଯାଏ ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ଉଚିତ ବୋଲି ଡାକ୍ତର ଦଳେଇ କହିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ କୋଭିଡ ସୁସ୍ଥ ରୋଗୀମାନେ ଅତ୍ୟନ୍ତ ସତର୍କ ରହିବା ଜରୁରୀ ବୋଲି ଡାକ୍ତର ଶିବ ଶଙ୍କର ଦଳେଇ ୟୁଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।