
କରୋନା ମହାମାରୀ ସମୟରେ ଅସ୍ଥିଶୈଲ୍ୟ ରୋଗୀମାନେ ସତର୍କ ରହିବା ଜରୁରୀ ବୋଲି ବିଶାଖାପାଟଣା ଜି.ଜେ ହସ୍ପିଟାଲ୍ ଓ ଗାୟତ୍ରୀ ମେଡ଼ିକାଲ୍ କଲେଜର ବରିଷ୍ଟ ଅସ୍ଥି ଶୈଲ୍ୟ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶିବ ଜୀ ପ୍ରସାଦ ପରାମର୍ଶ ଦେଇଛନ୍ତି । କୋଭିଡ ଚିକିତ୍ସା ପରବର୍ତ୍ତୀ ସମୟରେ ହାଡ଼ ଓ ଗଣ୍ଠି ରୋଗରେ ପିଡ଼ିତ ରୋଗୀମାନେ ଟିକା ନେଇପାରିବେ ବୋଲି ସେ କହିଛନ୍ତି । ହାଡ଼ଭଂଗା ପରେ ସର୍ଜରୀ ଆବଶ୍ୟକ କରୁଥିବା ରୋଗୀମାନେ ଡାକ୍ତର ପରାମର୍ଶ ଅନୁଯାୟୀ ଟିକା ନେଇପାରିବେ ବୋଲି ଡାକ୍ତର ପ୍ରସାଦ ସୁଚନା ଦେଇଛନ୍ତି । କୋଭିଡ ଆକ୍ରାନ୍ତ ବ୍ୟକ୍ତିମାନେ ଷ୍ଟିରଇଡ ବ୍ୟବହାର କରିଥିବା ଯୋଗୁଁ ପରବର୍ତ୍ତୀ ସମୟରେ ଅସ୍ଥିକ୍ଷୟ ରୋଗର ସମ୍ମୁଖୀନ ହୋଇଥାନ୍ତି । ତେଣୁ ସେମାନଙ୍କୁ କାଶ ସହ ଛାତ୍ରୀ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଏଥିପାଇଁ ସେମାନଙ୍କୁ କଫ ସିରାପ ଓ ସେଟ୍ରିଜିନ ଔଷଧ ସହ ସପ୍ତାହକୁ ଥରେ ଭିଟାମିନ୍ ଡି ଓ ପ୍ରତିଦିନ କ୍ୟାଲ୍ସିୟମ ଔଷଧ ଖାଇବାକୁ ଡାକ୍ତର ପ୍ରସାଦ ପରାମର୍ଶ ଦେଇଛନ୍ତି । କୋଭିଡ ସମୟରେ ଅସ୍ଥିଶୈଲ୍ୟ ରୋଗରେ ଆକ୍ରାନ୍ତ ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରିବା ଉଚିତ ବୋଲି ୟୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ଡାକ୍ତର ପ୍ରସାଦ ପ୍ରକାଶ କରିଛନ୍ତି ।






