କରୋନା ମହାମାରି ସମୟରେ ବ୍ରେଷ୍ଟ କେନସର ରୋଗିମାନେ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ଅନୂଯାୟୀ ଚିକିତ୍ସା କରିବା ଜରୁରି ବୋଲି କହିଲେ କଟକ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଟ୍ୟୁଟ ଅଫ କେନସରର ଏସୋସିଏଟ ପ୍ରଫେସର ଡାକ୍ତର ସଂଯୁକ୍ତା ପାଢି ……

YouTube video

କରୋନା ମହାମାରି ସମୟରେ ବ୍ରେଷ୍ଟ କେନସର ରୋଗିମାନେ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ଅନୂଯାୟୀ ଚିକିତ୍ସା କରିବା ଜରୁରି ବୋଲି କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଟ୍ୟୁଟ ଅଫ କେନସରର ଏସୋସିଏଟ ପ୍ରଫେସର ଡାକ୍ତର ସଂଯୁକ୍ତା ପାଢି ପ୍ରକାଶ କରିଛନ୍ତି । ବ୍ରେଷ୍ଟ କେନସର ପ୍ରାଥମିକ ଅବସ୍ତାରେ ଚିହ୍ନଟ ହେଲେ ଏହା ଭଲହେବା ସମ୍ଭାବନା ରହିଛି ବୋଲି ହାକ୍ତର ପାଢି କହିଛନ୍ତି । ବ୍ରେଷ୍ଟ କେନସର ୩ଟି ପର୍ଯ୍ୟାୟ ଅଛି, ଯଦି ଗୁଳା ପରିଲକ୍ଷିତ ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଅବଶ୍ୟକ ବୋଲି ସେ କହିଛନ୍ତି । ବ୍ରେଷ୍ଟ କେନସର ଚିହ୍ନଟ ପରେ ଚିକିତ୍ସାଧିନ ଅବସ୍ତାରେ କରୋନା ସକ୍ରମଣ ହେଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ଅନୂଯାୟୀ କେମୋଥେରାପି ଓ ରେଡିଏସନ ନେଇପାରିବେ ବୋଲି ଡାକ୍ତର ପାଢି କହିଛନ୍ତି । ଯଦି ଏମାରଜେନସିରେ ସର୍ଜରି ଆବଶ୍ୟକ ହୁଏ ତେବେ ଏହା ମଧ୍ୟ ସମ୍ଭବ ବୋଲି ସେ କହିଛନ୍ତି । ବ୍ରେଷ୍ଟ କେନସର ରୋଗିମାନେ ଅବହେଳା ନ କରି ଠିକ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ୟୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ଡାକ୍ତର ସଂଯୁକ୍ତା ପାଢି ପ୍ରକାଶ କରିଛନ୍ତ ।