
କରୋନା ମହାମାରି ଦ୍ୱିତିୟ ଲହରି ଭୟାବହତା ପ୍ରଥମ ଲହରିଠାରୁ ମାରାତ୍ମକ । ଯଦି ଆମେ ସତର୍କ ନରହିବା ତେବେ ତୃତିୟ ଲହରି ଆସିବା ସୁନିଶ୍ଚିତ ବୋଲି ବିଶାଖାପାଟନମ ସେଣ୍ଟ ଆନ୍ ହସପିଟାଲ ଭେଷଜ ବିଭାଗିୟ ମୂଖ୍ୟ କର୍ଣ୍ଣେଲ ଡକ୍ତର ଶମ୍ଭୁ ଦତ୍ତ ପ୍ରକାଶ କରିଛନ୍ତି । ତୃତିୟ ଲହରି ଆସିଲେ ଏଥିରେ ଶିଶୁମାନେ ଅଧିକ ସକ୍ରମଣ ହେବା ଆଶଙ୍କା କରାଯାଉଥିବା ସେ କହିଛନ୍ତି । ଏଥିରୁ ମୂକୁଳିବାକୁ ହେଲେ ସତର୍କ ରହିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ କରାଯିବା ଆବଶ୍ୟକ ବୋଲି ଡାକ୍ତର ଦତ୍ତ ପ୍ରକାଶ କରିଛନ୍ତି । ହସପିଟାଲ ଗୁଡିକରେ ଅଧିକରୁ ଅଧିକ ଅକ୍ସିଜେନ ବେଡ ପ୍ରସ୍ତୁତ କରିବା ସହ ପ୍ରଚୁର ପରିମାଣରେ କୋଭିଡ ମେଡିସିନ ମହଜୁଦ ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଅଧିକ ସକ୍ରମଣ ଅଂଚଳକୁ କଣ୍ଟେନମେଣ୍ଟ ଜୋନ କରିବା, ସମସ୍ତେ ମାକ୍ସ ପରିଧାନ ସୁନିଶ୍ଚିତ କରିବା ସହ କଟକଣା ନିୟମକୁ କଡାକଡି କରିବା ଆବଶ୍ୟକ ବୋଲି ଡାକ୍ତର ଦତ୍ତ ପରାମର୍ଶ ଦେଇଛନ୍ତି । ବତ୍ତମାନ ପରିସ୍ଥିତିରେ ସମସ୍ତଙ୍କୁ କିପରି ଟିକାକରଣ କରାଯାଇପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ବିଶାଖାପାଟନମ ସେଣ୍ଟ ଆନ୍ ହସପିଟାଲ ଭେଷଜ ବିଭାଗିୟ ମୂଖ୍ୟ କର୍ଣ୍ଣେଲ ଡକ୍ତର ଶମ୍ଭୁ ଦତ୍ତ ୟୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତ ।






