
କରୋନା ସକ୍ରମଣରୁ ସୁସ୍ଥ ବ୍ୟକ୍ତିମାନେ ସତର୍କ ରହିବା ଉଚିତ ବୋଲି ଡିଭାଇନ ନସିଂ ହୋମ ମୂଖ୍ୟ ପରିଚାଳକ ଡାକ୍ତର କିରଣ କୁମାର ପାଣିଗ୍ରାହି ପରାମର୍ଶ ଦେଇଛନ୍ତି । ଦିର୍ଘଦିନ ଆଇସିୟୁ କିମ୍ବା ଭେଣ୍ଟଲେଟରରେ ରହି ଚିକିତ୍ସିତ ବ୍ୟକ୍ତିମାନେ ବ୍ଳାକ ଫଙ୍ଗସରେ ଆକ୍ରାନ୍ତ ହେବା ସମାବନା ରହିଛି । ସେହିପରି ଗୋଟିଏ ମାସ୍କକୁ ସଫାନ କରି ବାରମ୍ବାର ବ୍ୟବହାର ଦ୍ୱାରା ମାସ୍କମଧ୍ୟରେ ଜିବାଣୁ ରହି ଏହା ବ୍ଳାକ ଫଙ୍ଗସର ଲକ୍ଷଣ ଦେଖାଇଥାଏ । ଏଣୁ ସଫା ମାସ୍କ ପିନ୍ଦିବା ଜରୁରି ବୋଲି ଡାକ୍ତର ପାଣିଗ୍ରାହି କହିଛନ୍ତି । କରୋନାରେ ଆକ୍ରାନ୍ତ ବ୍ୟକ୍ତଙ୍କୁ ଷ୍ଟେରଏଡ ଓ ଏଣ୍ଟିବାଓଟିକ ଚିକିତ୍ସା ଯୋଗୁଁ ସୁସ୍ଥ ହେବାପରେ ସତର୍କତା ଅବଲମ୍ବନ ଜରୁରି ବୋଲି ସେ କହିଛନ୍ତି । କରୋନାରୁ ସୁସ୍ଥଙ୍କ ମଧ୍ୟରେ ମୂଖ୍ୟତଃ କୋଷ୍ଟକାଠନ୍ୟ ଦେଖାଯାଇଥାଏ । ଏପରି କ୍ଷେତ୍ରରେ ନିୟମିତ ବ୍ୟାୟମ, ସବୁତ ପନିପରିବା, ଫାଇବେର ଫ୍ରୁଟ, ପ୍ରୋଟିନ ଜାତିୟ ଖାଦ୍ୟ ଖାଇବା ସହ ପ୍ରଚୁର ପଣିମାଣର ପାଣି ପିଇବା ଆବଶ୍ୟକ ବୋଲି ଡାକ୍ତର କିରଣ କୁମାର ପାଣିଗ୍ରାହି ୟୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।






