
କରୋନା ମହାମାରି ଦ୍ୱିତିୟ ଲହରିରେ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଏସ୍ଏମ୍ଏସ୍ ପାଳନ ସହ ସ୍ୱତନ୍ତ୍ର ଧ୍ୟାନ ଦେବା ଜରୁରି ବୋଲି ବିଶାଖାପାଟନମ ମେଡିକଭର ହସପିଟାଲର ବରିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅନିତା ତ୍ରୀପାଠି ପରାମର୍ଶ ଦେଇଛନ୍ତି । କରୋନାର ଦ୍ୱିତିୟ ଲହରିରେ ଶିଶୁମାନେ ମଧ୍ୟ ଅକ୍ରାନ୍ତ ହେଉଛନ୍ତି ଏହାର କାରଣ ବଡ ଲୋକମାନେ ବାହାରକୁ ଯାଇ ଆକ୍ରାନ୍ତ ହେବାପରେ ଘରେ ଶିଶୁମାନଙ୍କୁ ଏହା ସକ୍ରମଣ ହୋଇଥାଏ । ଏଣୁ ଘରର ବଡ ଲୋକମାନେ ସତର୍କ ରହିବା ସହ ଶିଶିମାନଙ୍କ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ବୋଲି ଡାକ୍ତର ତ୍ରୀପାଠି ପ୍ରକାଶ କରିଛନ୍ତି । ଯଦି ଶିଶୁ ମାନେ କରୋନା ଆକ୍ରାନ୍ତ ହୁୃଅନ୍ତି ତେବେ େଔଷଧ ଖାଇବା, ପ୍ରଚୁର ପାଣି ଓ ଓଆର୍ଏସ୍ ପିଇବା ସହ ଏକାନ୍ତବାସରେ ରହି ବିଶ୍ରାମ ନେବା ଜରୁରି ବୋଲି ସେ ସୂଚନା ଦେଇଛନ୍ତି । ଶିଶୁଙ୍କୁ କରୋନା ସକ୍ରମଣରୁ ମୂକ୍ତପାଇଁ ଉତମ ଖାଦ୍ୟ, ନିଦ୍ରା, ବ୍ୟାୟମ ଓ ମାନସିକ ସନ୍ତୁଳନ ନିହାତି ଜରୁରି ବୋଲି ସେ କହିଛନ୍ତି । ଶିଶୁମାନଙ୍କୁ କୋଭିଡ ଟିକା ବ୍ୟବସ୍ଥା ନାହିଁ ଏଣୁ ସେମାନେ ଆକ୍ରାନ୍ତ ସମ୍ଭାବନା ଅଧିକ ଦେଖାଦେଇଛି ବୋଲି ଡାକ୍ତର ତ୍ରୀପାଠି କହିଛନ୍ତି । କରୋନା ମହମାରି ସମୟରେ ନିଜେ ସଚେତନ ରହିଲେ ଶିଶୁମାନଙ୍କ ଯତ୍ନ ନେଇପାରିବା ବୋଲି ଡାକ୍ତର ଅନିତା ତ୍ରୀପାଠି ଯୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ପରାମର୍ଶ ଦେଇଛନ୍ତି ।






