ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ଘଟିଲେ କରୋନାର ପ୍ରଭାବ ରହିବନି ବୋଲି କହିଲେ ବିଜୁ ପଟନାୟକ ହୋମିଓପ୍ୟାଥିକ୍ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରଶାନ୍ତ କୁମାର ପତି ……..

YouTube video

କରୋନା ମହାମାରୀ ମୂକାବିଲା ପାଇଁ ମାକ୍ସ ପରିଧାନ କରିବା, ସାମାଜିକ ଦୁରତା ରକ୍ଷା କରିବା ଏବଂ ହାତକୁ ବାରମ୍ବାର ଧୋଇବାକୁ ବିଜୁ ପଟନାୟକ ହୋମିଓପ୍ୟାଥିକ୍ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରଶାନ୍ତ କୁମାର ପତି ପରାମର୍ଶ ଦେଇଛନ୍ତି । ସାଧାରଣତଃ ଏହି ସମୟରେ ପ୍ରତିଷେଧକ ଶକ୍ତି ହ୍ରାସ ପାଉଥିବା ଯୋଗୁଁ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହୋମିଓପ୍ୟାଥିକ୍ ଔଷଧ ସେବନ କରିପାରିବେ ବୋଲି ୟୁଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଡାକ୍ତର ପତି ସୁଚନା ଦେଇଛନ୍ତି । ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ଘଟିଲେ କରୋନାର ପ୍ରଭାବ ଏତେ ପଡ଼ିବ ନାହିଁ ବୋଲି ସେ କହିଛନ୍ତି । କରୋନା ମହାମାରୀ ସମୟରେ ସମସ୍ତେ ବ୍ୟାୟମ, ଯୋଗ ଓ ପ୍ରଣାୟମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । କରୋନା ପାଇଁ କୌଣସି ସଠିକ୍ ଔଷଧ ବାହାରି ନାହିଁ । ତେଣୁ ପ୍ରତ୍ୟେକ ବ୍ୟକ୍ତି ସରକାରଙ୍କ କଟକଣା ନିୟମ ମାନି ଚଳିବା ସହ ନିଜେ ନିଜକୁ ସର୍ବଦା ସତର୍କ ରଖିବା ଉଚିତ ବୋଲି ଡାକ୍ତର ପତି କହିଛନ୍ତି ।