Home Health & Life Style କରୋନା ମହାମାରି ସମୟରେ ଷ୍ଟେ୍ରାକ, ବ୍ରେଇନ ଟ୍ୟୁମର ଓ ଫିଟସ୍ ସମସ୍ୟାଥିବା ରୋଗିମାନେ ସତର୍କତା ଅବଲମ୍ବନ...

କରୋନା ମହାମାରି ସମୟରେ ଷ୍ଟେ୍ରାକ, ବ୍ରେଇନ ଟ୍ୟୁମର ଓ ଫିଟସ୍ ସମସ୍ୟାଥିବା ରୋଗିମାନେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଲେ ବିଶାଖାପାଟନମ ସେଭେନ ହିଲ ହସପିଟାଲର ନିଉରୋ ଓ ସ୍ପାଇନ ସର୍ଜରି ବିଭାଗିୟ ମୂଖ୍ୟ ଡାକ୍ତର ପି ଭି ରାମଣା ……

YouTube video

କରୋନା ମହାମାରି ସମୟରେ ଷ୍ଟେ୍ରାକ, ବ୍ରେଇନ ଟ୍ୟୁମର ଓ ଫିଟସ୍ ସମସ୍ୟାଥିବା ରୋଗିମାନେ ସତର୍କତା ଅବଲମ୍ବନ କରି ଡାକ୍ତରଙ୍କ ପରାମର୍ଶ ଅନୂଯାୟୀ ଚିକିତ୍ସା କରିବା ଉଚିତ ବୋଲି ବିଶାଖାପାଟନମ ସେଭେନ ହିଲ ହସପିଟାଲର ନିଉରୋ ଓ ସ୍ପାଇନ ସର୍ଜରି ବିଭାଗିୟ ମୂଖ୍ୟ ଡାକ୍ତର ପି ଭି ରାମଣା ପରାମର୍ଶ ଦେଇଛନ୍ତି । କରୋନା ସମୟରେ ମଧ୍ୟ ଜନସାଧାରଣ ଡାକ୍ତରଙ୍କ ସହ ଯୋଗାଯୋଗ କରି ଚିକିତ୍ସା ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି । ଅନ୍ୟ ଗୁରୁତ୍ତର ରୋଗ ସହ କରୋନାରେ ଆକ୍ରାନ୍ତ ହେଲେ ତୁରନ୍ତ ହସପିଟାଲରେ ଭତ୍ତିହେବା ଜରୁରି ବୋଲି ଡାକ୍ତର ରାମଣା ପ୍ରକାଶ କରିଛନ୍ତି । ବର୍ତ୍ତମାନ କରୋନା ସମୟରେ କ୍ରୋନିକ ପେସେଣ୍ଟ୍ମାନେ ଠିକ ସମୟରେ େଔଷଧ ଖାଇବା ସହ ନିୟମିତବ୍ୟାୟମ ଓ ଠିକ ସମୟରେ ଖାଦ୍ୟ ଖାଇବା ଓ ଶୋଇବା ଉଛିତ ବୋଲି ସେ କହିଛନ୍ତି । ଡାଇବେଟିସ ଓ ବିପି ଥିବା ରୋଗିମାନେ ନିୟମିତ ଡାକ୍ତରଙ୍କ ପରାମର୍ଶ ନେବା ସହ ସିଗାରେଟ, ମଦ, ପାନ ଇତ୍ୟାଦି ବର୍ଜନ କରିବା ଉଚିତ ବୋଲି ସେ କହିଛନ୍ତି । ଆବଶ୍ୟକସ୍ଥଳେ ଜରୁରି ପଡିଲେ କରୋନା ରୋଗି ହୋଇଥିଲେ ମଧ୍ୟ ସର୍ଜରି କରାଯାଇପାରିବ ବୋଲି ଡାକ୍ତର ପି ଭି ରାମଣା ଯୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ସୂଚନା ଦେଇଛନ୍ତି ।