Home Health & Life Style ରୋଗ ପ୍ରତିଶେଧକ ଶକ୍ତି, ପ୍ରତିକ୍ଷେତ୍ରରେ ସଂଯମତା ଓ ସକାରାତ୍ମକ ବିଚାର କରୋନା ମୁକାବିଲା ପାଇଁ ସମର୍ଥ...

ରୋଗ ପ୍ରତିଶେଧକ ଶକ୍ତି, ପ୍ରତିକ୍ଷେତ୍ରରେ ସଂଯମତା ଓ ସକାରାତ୍ମକ ବିଚାର କରୋନା ମୁକାବିଲା ପାଇଁ ସମର୍ଥ ବୋଲି କହିଲେ ବରିଷ୍ଟ ଆୟୁର୍ବେଦ ଚିକିତ୍ସକ ଡାକ୍ତର ସାଗର ରଂଜନ ତ୍ରିପାଠୀ ………

YouTube video

କରୋନା ପାଇଁ ଆୟୁର୍ବେଦ ଔଷଧର ସ୍ୱତନ୍ତ୍ର ଭୂମିକା ରହିଛି ବୋଲି ବରିଷ୍ଟ ଆୟୁର୍ବେଦ ଚିକିତ୍ସକ ଡାକ୍ତର ସାଗର ରଂଜନ ତ୍ରିପାଠୀ ପ୍ରକାଶ କରିଛନ୍ତି । ମହାମାରୀ ସମୟରେ ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣିତ ଜୀବନ ଶୈଳୀ ଓ ଅନୁଶାସନ ସମ୍ପର୍କରେ ଡାକ୍ତର ତ୍ରିପାଠୀ ୟୁଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସୁଚନା ଦେଇଛନ୍ତି । ସମସ୍ତେ ଆମିଷ ଓ ଫାଷ୍ଟଫୁଡ ଖାଦ୍ୟରୁ ଦୁରେଇ ରହି ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ ବୋଲି ସେ କହିଛନ୍ତି । କରୋନା ପାଇଁ ଭୟଭୀତ ନ ହୋଇ ସମସ୍ତେ ଦୃଢ଼ତାର ସହ ଏହାର ମୁକାବିଲା କରିବା ଉଚିତ । ଏଥିସହ ମାକ୍ସ ପରିଧାନ କରିବା, ସାମାଜିକ ଦୁରତା ରକ୍ଷା କରିବା ଓ ହାତକୁ ସାନିଟାଇଜ କରିବା ଉଚିତ ବୋଲି ଡାକ୍ତର ତ୍ରିପାଠୀ କହିଛନ୍ତି । ସାଧାରଣତଃ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ କିଛି ନିର୍ଦ୍ଧିଷ୍ଟ ଜଡ଼ିବୁଟି ଯେପରିକି ଗୁଳୁଚି, ହଳଦୀ, ଡାଲ୍ଚିନି, ଅଶ୍ୱଗନ୍ଧା ଓ ତୁଳସୀ ପରି ଅନେକ ଦ୍ରବ୍ୟ ସେବନ କରିବା ଉଚିତ ବୋଲି ସେ କହିଛନ୍ତି । ପ୍ରତିକ୍ଷେତ୍ରରେ ସଂଯମତା ଓ ସକାରାତ୍ମକ ବିଚାର ରୋଗକୁ ମୁକାବିଲା କରିବା ପାଇଁ ସମର୍ଥ ହେବ ବୋଲି ଡାକ୍ତର ତ୍ରିପାଠୀ ପ୍ରକାଶ କରିଛନ୍ତି ।