
କରୋନା ସମୟରେ ମଧୁମେହ ରୋଗୀମାନେ ଅତ୍ୟନ୍ତ ସାବଧାନ ଅବଲମ୍ବନ କରିବା ଉଚିତ ବୋଲି ବରିଷ୍ଟ ଭେଷଜ ଓ ମଧୁମେହ ବିଶେଷଜ୍ଞ ଡାକ୍ତର ପ୍ରକାଶ ଚନ୍ଦ୍ର ପାତ୍ର ପରାମର୍ଶ ଦେଇଛନ୍ତି । କରୋନା ଆକ୍ରାନ୍ତ ହେଲେ ମଧୁମେହ ରୋଗୀମାନେ ସର୍ବଦା ସତର୍କତା ଅବଲମ୍ବନ କରିବା ସହ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି ସେ କହିଛନ୍ତି । ମଧୁମେହ ଆକ୍ରାନ୍ତ ବ୍ୟକ୍ତିମାନେ ସର୍ବଦା ରକ୍ତସର୍କରା ନିୟନ୍ତ୍ରଣ କରିବା ଉଚିତ ବୋଲି ଡାକ୍ତର ପାତ୍ର ପରାମର୍ଶ ଦେଇଛନ୍ତି । ମଧୁମେହ ରୋଗୀ ଭୟଭୀତ ନ ହେବାକୁ ସେ କହିବା ସହ କରୋନା ପାଇଁ ସମସ୍ତେ ମାକ୍ସ ପରିଧାନ କରିବା, ସାମାଜିକ ଦୁରତା ରକ୍ଷା କରିବା ଏବଂ ହାତକୁ ବାରମ୍ବାର ଧୋଇବା ଉଚିତ ବୋଲି ସେ କହିଛନ୍ତି । ସମସ୍ତ ମଧୁମେହ ରୋଗୀ ଟିକା ନେଇପାରିବେ ବୋଲି ଡାକ୍ତର ପାତ୍ର କହିଛନ୍ତି । ସେହିପରି ମଧୁମେହ ରୋଗି ବ୍ଳାକ ଫଙ୍ଗସ ପାଇଁ ସତର୍କତା ଅବଲମ୍ବନ କରିବା ଜରୁରି ବୋଲି ୟୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ଡାକ୍ତର ପ୍ରକାଶ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।






