
କରୋନା ମହାମାରି ସମୟରେ ହୃଦରୋଗିମାନେ ସତର୍କ ରହିବା ଜରୁରି ବୋଲି ବ୍ରହ୍ମପୁର ବଡ ଡାକ୍ତରଖାନା ହୃଦରୋଗ ବିଭାଗର ମୂଖ୍ୟ ପ୍ରଫେସର ଡାକ୍ତର ତ୍ରିନାଥ ମିଶ୍ର ପରାମର୍ଶ ଦେଇଛନ୍ତି । ଉଚ୍ଛ ରକ୍ତଚାପ ଥିବା ବ୍ୟକ୍ତିମାନେ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ ନଥୁବା ଡାକ୍ତରଙ୍କ ପରାମର୍ଶ ଅନୂଯାୟୀ ଚିକିତ୍ସା କରିବା ଜରୁରି ବୋଲି ଡାକ୍ତର ମିଶ୍ର ପ୍ରକାଶ କରିଛନ୍ତି । ଏଭଳି ରୋଗି ଖାଦ୍ୟପେୟପ୍ରତି ସ୍ୱତନ୍ତ୍ର ଧ୍ୟାନଦେବା ଜରୁରି ଏବଂ ମାତ୍ରାଧିକ ଲୁଣ ଓ ବରିଷ୍ଟ ଖାଦ୍ୟ ବର୍ଜନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନିୟମିତଭାବେ ଘରେ ବ୍ୟାୟମ କରନ୍ତୁ ଯଦି ବାହାରକୁ ବ୍ୟାୟମ କରିବାକୁ ଯାଉଛନ୍ତି ତେବେ ମାସ୍କ ସଠିକଭାବେ ବ୍ୟବହାର କରିବାକୁ ଡାକ୍ତର ମିଶ୍ର ପରାମର୍ଶ ଦେଇଛନ୍ତି । ହୃଦରୋଗିମାନେ ଡାକ୍ତରଙ୍କ ପରାମର୍ଶ ଅନୂଯାୟୀ ନିୟମିତ େଔଷଧ କାଇବା ଉଚିତ ବୋଲି ସେ କହିଛନ୍ତି । ସମସ୍ତ ହୃଦରୋଗି ଟିକା ନେଇପାରିବେ ବୋଲି ଡାକ୍ତର ତ୍ରିନାଥ ମିଶ୍ର ଯୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ସୂଚନା ଦେଇଛନ୍ତି ।






