
କରୋନା ମହାମାରି ସମୟରେ କର୍କଟ ରୋଗିଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଜରୁରି ବୋଲି ବିଶାଖାପାଟନମ୍ ମହାତ୍ମାଗାନ୍ଧି କେନସର୍ ହସପିଟାଲ ଓ ରିସର୍ଚ ସେଣ୍ଟରର କର୍କଟ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ଚରଣ ପାତ୍ର ପରାମର୍ଶ ଦେଇଛନ୍ତି । କର୍କଟ ଚିକିତ୍ସା କରାଉଥିବା ବ୍ୟକ୍ତି କରୋନାର ଲକ୍ଷଣ ଦେଖାଗଲେ ହାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରିବା ଆବଶ୍ୟକ ବୋଲି ଡାକ୍ତର ପାତ୍ର କହିଛନ୍ତି । କର୍କଟ ରୋଗର ତିନିପ୍ରକାର ଯଥା ରେଡିଏସେନ, କେମୋଥେରାପି ଓ ସର୍ଜରି ଚିକିତ୍ସା ଅଛି । କର୍କଟ ରୋଗ ପାଇଁ ରେଡିଏସେନ ଓ କେମୋଥେରାପି ନେଉଥିବା ରୋଗି କମ ଲକ୍ଷଣଥିଲେ ସାମାନ୍ୟ ବିଳମ୍ବ କରିପାରିବେ ଅଥବା ଅନଲାଇନରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ବୋଲି ସେ କହିଛନ୍ତି । ସେହିପରି ରେଡିଏସେନ ଓ କେମୋଥେରାପି ନେଇଥିବା କର୍କଟ ରୋଗି ଡାକ୍ତରଙ୍କ ପରାମର୍ଶ ଅନୂଯାୟୀ କରୋନା ଟିକା ନେଇପାରିବେ ବୋଲି ଡାକ୍ତର ପାତ୍ର ପରାମର୍ଶ ଦେଇଛନ୍ତି । ଓଡିଶାର ଗରିବ କର୍କଟ ରୋଗିମାନଙ୍କ ପାଇଁ ବିଶାଖାପାଟନମ୍ ମହାତ୍ମାଗାନ୍ଧି କେନସର୍ ହସପିଟାଲ ଓ ରିସର୍ଚ ସେଣ୍ଟରରେ ଓଏସ୍ଟିଏଫ୍ ସ୍କିମ ଅନୂଯାୟୀ ମାଗଣାଚିକିତ୍ସା କରାଯାଉଥିବା ଡାକ୍ତର କାହ୍ନୁ ଚରଣ ପାତ୍ର ଯୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ସୂଚନା ଦେଇଛନ୍ତି ।






