କରୋନା ମହାମାରୀ ସମୟରେ ଭୟଭୀତ ନ ହେବାକୁ ବିଜୁ ପଟନାୟକ ହୋମିଓପ୍ୟାଥିକ୍ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ର ଅଧ୍ୟାପକ ଡାକ୍ତର ବିଷ୍ଣୁ ପ୍ରସାଦ ଷଡ଼ଙ୍ଗୀଙ୍କ ପରାମର୍ଶ ………

YouTube video

କରୋନା ମହାମାରୀ ସମୟରେ ଭୟଭୀତ ନ ହେବାକୁ ବିଜୁ ପଟନାୟକ ହୋମିଓପ୍ୟାଥିକ୍ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ର ଅଧ୍ୟାପକ ଡାକ୍ତର ବିଷ୍ଣୁ ପ୍ରସାଦ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ସାଧାରଣତଃ ଏହି ସମୟରେ ପ୍ରତିଷେଧକ ଶକ୍ତି ହ୍ରାସ ପାଉଥିବା ଯୋଗୁଁ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହୋମିଓପ୍ୟାଥିକ୍ ଔଷଧ ସେବନ କରିପାରିବେ ବୋଲି ୟୁଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଡାକ୍ତର ଷଡ଼ଙ୍ଗୀ ସୁଚନା ଦେଇଛନ୍ତି । କରୋନା ମହାମାରୀ ସମୟରେ ସମସ୍ତେ ଯୋଗ ଓ ପ୍ରଣାୟମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ସେହିପରି ମାକ୍ସ ପରିଧାନ କରିବା, ସାମାଜିକ ଦୁରତା ରକ୍ଷା କରିବା ଏବଂ ବିନା କାରଣରେ ଘରୁ ନ ବାହାରି ହାତକୁ ବାରମ୍ବାର ଧୋଇବାକୁ ସେ ଗୁରୁତ୍ୱାରୋପ କରିଛନ୍ତି । ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ଘଟିଲେ କରୋନାର ପ୍ରଭାବ ଏତେ ପଡ଼ିବ ନାହିଁ ବୋଲି ସେ କହିଛନ୍ତି । କରୋନା ପାଇଁ କୌଣସି ସଠିକ୍ ଔଷଧ ବାହାରି ନାହିଁ । ତେଣୁ ପ୍ରତ୍ୟେକ ବ୍ୟକ୍ତି ସରକାରଙ୍କ କଟକଣା ନିୟମ ମାନି ଚଳିବା ସହ ନିଜେ ନିଜକୁ ସର୍ବଦା ସ୍ମାର୍ଟ ରଖିବା ଉଚିତ ବୋଲି ସେ କହିବା ସହ ବ୍ୟୟାମ୍ର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।