ସର୍ବଦା ଯୋଗ ଓ ବ୍ୟାୟାମ କରିବା ସହ କରୋନା ଆକ୍ରାନ୍ତ ବ୍ୟକ୍ତିମାନେ ନିଜକୁ ଦୃଢ଼ ରହିବାକୁ ପରାମର୍ଶ ଦେଲେ ବରିଷ୍ଟ ଆୟୁର୍ବେଦ ଚିକିତ୍ସକ ଡାକ୍ତର ନକୁଳ ସାହୁ …

YouTube video

କରୋନା ଆକ୍ରାନ୍ତ ବ୍ୟକ୍ତିମାନେ ଭୟଭୀତ ନ ହେବାକୁ ବରିଷ୍ଟ ଆୟୁର୍ବେଦ ଚିକିତ୍ସକ ନକୁଳ ସାହୁ ପରାମର୍ଶ ଦେଇଛନ୍ତି । ତେବେ ମଧୁମେହ, କର୍କଟ ଓ ଉଚ୍ଚ ରକ୍ତଚାପ ଜନିତ ବ୍ୟକ୍ତିମାନେ କରୋନାରେ ଆକ୍ରାନ୍ତ ହେଲେ ଡାକ୍ତରଙ୍କ ସହ ଯୋଗାଯୋଗ କରି ଡାକ୍ତରଖାନାରେ ଭର୍ତ୍ତି ହେବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ପ୍ରତିଦିନ ବ୍ୟାୟାମ୍, ଯୋଗ କରିବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି । ସମସ୍ତେ ମାକ୍ସ ପରିଧାନ କରିବା, ସାମାଜିକ ଦୁରତା ରକ୍ଷା କରିବା ଏବଂ ଗହଳି ସ୍ଥାନକୁ ନଯିବାକୁ ଡାକ୍ତର ସାହୁ ପରାମର୍ଶ ଦେଇଛନ୍ତି । ଅଧିକ ତୈଳଯୁକ୍ତ ଖାଦ୍ୟ ଖାଇବା ଫଳରେ ଇମୁନିଟି ଶକ୍ତି ହ୍ରାସ ପାଉଥିବା ସେ କହିଛନ୍ତି । ସେହିପରି ଓସ୍ତ ଓ ବଟବୃକ୍ଷ ରୋପଣ ହ୍ରାସ ପାଉଥିବା ଯୋଗୁଁ ଅକ୍ସିଜେନ ହ୍ରାସ ପାଉଥିବା ସେ କହିଛନ୍ତି । ପୁଡ଼ିଆ, ନିଶା ଓ ମଦ୍ୟପାନ ଯୋଗୁଁ ମଧ୍ୟ କରୋନା ଆକ୍ରାନ୍ତ ବ୍ୟକ୍ତିମାନେ ଅଧିକ ସମସ୍ୟା ଭୋଗୁଛନ୍ତି । ଏ କ୍ଷେତ୍ରରେ ସମସ୍ତେ ନିଜ ନିଜର ମାନସିକ ଶକ୍ତି ସୁଦୃଢ଼ କରିବାକୁ ସେ ପରାମର୍ଶ ଦେଇଛନ୍ତି । କାଢ଼ା ପାନ କରିବା ଉଚିତ ବୋଲି ଡାକ୍ତର ସାହୁ କହିବା ସହ ଏହାଦ୍ୱାରା ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ ବୋଲି ବରିଷ୍ଟ ଆୟୁର୍ବେଦ ଚିକିତ୍ସକ ନକୁଳ ସାହୁ ୟୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ।