
ମହିଳାମାନେ ଉତୁସ୍ରାବ, ଗର୍ଭବସ୍ତା ଓ ସ୍ତନ୍ୟପାନ ସମୟରେ କେତେକ ନିୟମ ପାଳନ ପୂର୍ବକ କରୋନା ଟିକା ନେଇପାରିବେ ବୋଲି ବରିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର କୋଟା ସୁଚନା ଦେଇଛନ୍ତି । ଉତୁସ୍ରାବ ସମୟରେ ମହିଳାଙ୍କ ରୋଗ ପ୍ରତିଷେଧକ କମଥାଏ କିନ୍ତୁ ସେମାନେ ଟିକା ନେବାରେ କୌଣସି ସମସ୍ୟା ନାହିଁ ବୋଲି ଡାକ୍ତର କୋଟା କହିଛନ୍ତି । ସେହିପରି ଏକ ବୈଜ୍ଞାନିକ ଆକଳନ ଅନୂଯାୟୀ ଗର୍ଭାବସ୍ତା ସମୟରେ ମଧ୍ୟ ମହିଳାମାନେ କେତେକ ନିୟମ ପାଳନ ପୂବାକ କରୋନା ଟିକା ନେଇପାରିବେ ବୋଲି ଡାକ୍ତର କୋଟା ସୂଚନା ଦେଇଛନ୍ତି । କିନ୍ତୁ ଏହିସମୟରେ ଅନ୍ୟ କୌଣସି ଟିକା ନେବା ଉଚିତ ନୂହଁ ବୋଲି ସେ କହିଛନ୍ତି । ସେହିପରି ସ୍ତନ୍ୟପାନ ସମୟରେ ମଧ୍ୟ ମହିଳାମାନେ ଟିକା ନେଲେ କୌଣସି କ୍ଷତି ହେବ ନାହିିଁ ବୋଲି ଡାକ୍ତର ସୁନିଲ କୁମାର କୋଟା ୟୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ସୂଚନା ଦେଇଛନ୍ତି । ବ






