Home Health & Life Style କରୋନାର ସାମାନ୍ୟ ଲକ୍ଷଣ ଦେଖାଗଲେ ତୁରନ୍ତ ପରିକ୍ଷା କରିବା ସହ ଆଇସୋଲେସନରେ ରହିବା ଉଚିତ ବୋଲି...

କରୋନାର ସାମାନ୍ୟ ଲକ୍ଷଣ ଦେଖାଗଲେ ତୁରନ୍ତ ପରିକ୍ଷା କରିବା ସହ ଆଇସୋଲେସନରେ ରହିବା ଉଚିତ ବୋଲି କହିଲେ ବରିଷ୍ଟ ହୃଦରୋଗ ବିଷେଶଜ୍ଞ ଡାକ୍ତର ପ୍ରବୀଣ ରଥ …….

YouTube video

କରୋନା ମହାମାରି ଦ୍ୱିତିୟ ଲହରି ମୂକାବିଲା ପାଇଁ ସାମାଜିକ ଦୁରତା ରକ୍ଷା କରିବ, ମାକ୍ସ ପରିଧାନ କରିବା ଏବଂ ହାତକୁ ବାରମ୍ବାର ସାନିଟାଇଜ କରିବା ନିହାତି ଆବଶ୍ୟକ ବୋଲି ବରିଷ୍ଟ ହୃଦରୋଗ ବିଷେଶଜ୍ଞ ଡାକ୍ତର ପ୍ରବୀଣ ରଥ ପରାମର୍ଶ ଦେଇଛନ୍ତି । ପ୍ରତ୍ୟକ ଜନସାଧାରଣ ମାକ୍ସ ଠିକଭାବେ ପରିଧାନ କରିବା ଉଚିତ ବୋଲି ସେ କହିଛନ୍ତି । ବାହାରୁ ବୁଲି ଘରକୁ ଆସିଲେ ସ୍ଟିମ ଇନହାଲେସନ କରିବା ଜରୁରି ବୋଲି ଡାକ୍ତର ରଥ ପରାମର୍ଶ ଦେଇଛନ୍ତି । କରୋନାର ସାମାନ୍ୟ ଲକ୍ଷଣ ଦେଖାଗଲେ ତୁରନ୍ତ ପରିକ୍ଷା କରି ଆଇସୋଲେସନରେ ରହିବା ଉଚିତ ବୋଲି ଡାକ୍ତର ରଥ କହିଛନ୍ତି । ସେହିପରି ସରକାରଙ୍କ ନିୟମ ଅନୂଯାୟୀ ସମସ୍ତେ ଜନସାଧାରଣ ଟିକା ନେବା ଜରୁରି ବୋଲି ସେ କହିଛନ୍ତି । ଟିକା ନେବା ଦ୍ୱାରା କରୋନା ଆକ୍ରାନ୍ତ ହେବା ସମ୍ଭାବନା କମ ବୋଲି ଡାକ୍ତର ପ୍ରବୀଣ ରଥ ଯୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।