ବ୍ଳାକ ଫଙ୍ଗସ ଭଳି ମାରାତ୍ମକ ରୋଗ ପ୍ରାଥମିକ ସ୍ଥରରେ ଚିହ୍ନଟ ହେଲେ ଚିକିତ୍ସା ସମ୍ଭବ ବୋଲି କହିଲେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଭେଷଜ ବିଭାଗର ବରିଷ୍ଟ ପ୍ରଫେସର ଡାକ୍ତର ଉମା ଶଙ୍କର ମିଶ୍ର ।

YouTube video

କରୋନା ଭଲହେବାପରେ ଅଳ୍ପ କେତେକଙ୍କଠାରେ ବ୍ଳାକ ଫଙ୍ଗସ ଭଳି ମାରାତ୍ମକ ରୋଗ ଦେଖାଯାଇଥାଏ ବୋଲି ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଭେଷଜ ବିଭାଗର ବରିଷ୍ଟ ପ୍ରଫେସର ଡାକ୍ତର ଉମା ଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ଏହି ବ୍ଳାକ ଫଙ୍ଗସ ସମସ୍ତ କରୋନା ରୋଗିଙ୍କ ନିକଟରେ ଦେଖାଯାଏ ନାଡିଁ ଏଣୁ ଏଥିନେଇ ଡରିବା ଆବଶ୍ୟକ ନାହିଁ ବୋଲି ଡାକ୍ତର ମିଶ୍ର କହିଛନ୍ତି । ଏହା ସାଧାରଣ ଫଙ୍ଗସ ନୂଡଁ ଏଣୁ ଏହା ସାଧାରଣ ଲୋକଙ୍କୁ ହୁଏ ନାହିଁ ବୋଲି ଡାକ୍ତର ମିଶ୍ର ସୂଚନା ଦେଇଛନ୍ତି । ଏହା ଏକ ଫିମ୍ପି ଜାତିୟ ଜିବାଣୁ, ଯେଉଁମାନଙ୍କ ରୋଗ ପ୍ରତିଶେଧକ ଯଥେଷ୍ଟ କମ ଥାଏ ସେମାନଙ୍କୁ ସଂକ୍ରମଣ ହେବା ସମ୍ଭାବନା ରହିଛି । ମଧୁମେହ ରୋଗର ଶେଷ ସିମାରେ ଥିବା ସ୍ୱଳ୍ପ ସଂଖ୍ୟକ ରୋଗିଙ୍କୁ ଏକା ହେବା ସମ୍ଭାବନା ରହିଛି ବୋଲି ଡାକ୍ତର ମିଶ୍ର ପ୍ରକାଶ କରିଛନ୍ତି । ପ୍ରଥମିକ ସ୍ଥରରେ ଏହା ଜଣାପଡିଲେ ଏହାର ଚିକିତ୍ସା ହୋଇପାରିବ । ବ୍ଳାକ ଫଙ୍ଗସ ଭଳି ଯଦି କୌ ଣସି ଲକ୍ଷଣ ଦେଖାଟାଏ ତେବେ ତୁରନ୍ତ ଡାକ୍ତରଖାନା ଯିବା ସହ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି ପ୍ରଫେସର ମିଶ୍ର ଯୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।