
କରୋନା ମହାମାରି ଦ୍ୱିତିୟ ଲହରି ଅତ୍ୟକ୍ତ ମାରାତ୍ମକ । ଏହାର ମୂକାବିଲା ପାଇଁ ସାମାଜିକ ଦୁରତା ରକ୍ଷା କରିବ, ମାକ୍ସ ପରିଧାନ କରିବା ଏବଂ ହାତକୁ ସାନିଟାଇଜ କରିବା ନିହାତି ଆବଶ୍ୟକ ବୋଲି ବରିଷ୍ଟ ଡେଣ୍ଟାଲ୍ ସର୍ଜନ ଡାକ୍ତର ବିଭୁକେଶ ପାଣିଗ୍ରାହି ପରାମର୍ଶ ଦେଇଛନ୍ତି । ଦନ୍ତରୋଗର ତିନି ପ୍ରକାର ଚିକିତ୍ସା ରହିଛି । ବର୍ତ୍ତମାନ ପରିସ୍ଥିତିରେ କସମେଟିକ ଓ ରେଗୁଲାର ଚିକିତ୍ସା ବନ୍ଦ ରହିଛି କେବଳ ଅତ୍ୟାବଶ୍ୟକିୟ ଚିକିତ୍ସା ଜାରି ରହିଥିବା ଡାକ୍ତର ପାଣିଗ୍ରାହି ସୂଚନା ଦେଇଛନ୍ତି । କରୋନା ପ୍ରତିଶେଧକ ଭାବେ ପ୍ରତ୍ୟକ ଜନସାଧାରଣ ବେଟାଡିନ ଗାରଗେଲିଂଗ କରି ପାରିବେ ବୋଲି ଡାକ୍ତର ପାଣିଗ୍ରାହି କହିଛନ୍ତି । ସେହିପରି ସରକାରଙ୍କ ନିୟମ ଅନୂଯାୟୀ ସମସ୍ତ ଜନସାଧାରଣ ଟିକା ନେବା ଜରୁରି ବୋଲି ସେ କହିଛନ୍ତି । ଟିକା ନେବା ଦ୍ୱାରା କରୋନା ଆକ୍ରାନ୍ତ ହେବା ସମ୍ଭାବନା କମ ବୋଲି ଡାକ୍ତର ଡାକ୍ତର ବିଭୁକେଶ ପାଣିଗ୍ରାହି ଯୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।






